ମୋହନା, (ବାଘୁଆବାର୍ତ୍ତା): ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ପୋଲିସକୁ ମିଳିଛି ବଡ ସଫଳତା । ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ମୋହନା ଥାନା ପୋଲିସ କମଳାପୂର ଗେଟରେ ଯାନବାହାନ ଯାଞ୍ଚ ବେଳେ ଏକ ମାଛ ଓ କୁକୁଡ଼ା ଖାଦ୍ୟ ବୋଝେଇ ଟ୍ରକକୁ ତଲାସି କରିଥିଲା । ଯାଞ୍ଚ ବେଳେ ସେଥିରୁ ୧୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ।
ଚାଲାଣରେ ସଂପୃକ୍ତ ମହାରାଷ୍ଟ୍ରରର ଦୁଇ ଆନ୍ତଃରାଜ୍ୟ ମାଫିଆକୁ ଗିରଫ କରାଯାଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ । ଅଭିଯୁକ୍ତ ଦୁହେଁ ଅଡବା ଅଞ୍ଚଳରୁ ଗଞ୍ଜେଇ ନେଇ ପୁଣେ ଚାଲାଣ କରୁଥିବା ତଦନ୍ତରୁ ଜଣାପଡ଼ିଛି । ସେହିପରି ଅଡବା ଥାନା ପୋଲିସ ବାଚିପଙ୍କା ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ଚଢ଼ାଉ କରିଥିଲା । ସେଠାରେ ବେଆଇନ ଗଚ୍ଛିତ କରି ରଖିଥିବା ୩୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ କେହି ଗିରଫ ହୋଇ ନ ଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ଘଟଣାରେ ଖୁବଶୀଘ୍ର ଅଭିଯୁକ୍ତକୁ ଧାରା ଯିବ ବୋଲି ଥାନା ଅଧିକାରୀ





