କୋରାପୁଟ,(ବାଘୁଆବାର୍ତ୍ତା): ଗଞ୍ଜେଇ ବେପାରର ଭୂସ୍ୱର୍ଗ ପାଲଟିଛି କୋରାପୁଟ ଜିଲ୍ଲା । ଆଜି କୋରାପୁଟ ଜିଲ୍ଲା ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ୧କୋଟି ୧୯ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ସେଥିମଧ୍ୟରୁ କୋରାପୁଟ ଟାଉନ ପୁଲିସ ୧୭.୫କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ୮ଜଣଙ୍କୁ ଗିରଫ କରିଛି । ଗଞ୍ଜେଇ ବେପାରରେ ଆବଶ୍ୟକ ହେଉଥିବା ଗୋଟିଏ ଟ୍ରକ, ୨ଟି କାର ଓ ୧ଟି ବାଇକ ଜବତ କରିଛି । ସେହିପରି ଭାବେ ସେମିଳିଗଡ଼ା ପୁଲିସ ମଧ୍ୟ ବିଭିନ୍ନ ସ୍ଥାନରେ ଚଢଉ କରି ୩୪କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୯ଲକ୍ଷ ହେବ ବୋଲି ଜଣାପଡିଛି ।






