ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଗଞ୍ଜେଇ ବେପାର କରୁଥିବା ଦୁଇ ଭାଇଙ୍କୁ ବାନ୍ଧିବାରେ ସଫଳ ହୋଇଛି । ନୟାଗଡ଼ ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ବିଶେଷ ସୁତ୍ରରୁ ଖବର ପାଇ ଚଢ଼ଉ କରିଥିଲେ । ନୟାଗଡ଼ ଟାଉନ ଥାନା ସବ୍ ଇନିସ୍ପେକ୍ଟର ସିମାଞ୍ଚଳ ନାୟକଙ୍କ ସମେତ ଟାଉନ ଥାନାର କର୍ମଚାରୀ ମାନେ ଦୁର୍ଗାପ୍ରସାଦ ଛକଠାରେ ଛକି କରି ରହିଥିଲେ । ଦୁର୍ଗାପ୍ରସାଦ ଗ୍ରାମର ଶିବରାମ ପ୍ରଧାନଙ୍କ ପୁଅ ବିଜୟ କୁମାର ପ୍ରଧାନ ଓ ଜିତୁ ପ୍ରଧାନ ଏକ ଆପାଚି ଗାଡିରେ ଗଞ୍ଜେଇ ଧରି ଆସୁଥିବା ଦେଖି ଟାଉନ ଥାନା ପୁଲିସ ଉଭୟଙ୍କୁ ମାଡ଼ି ବସିଥିଲେ । ତାଙ୍କ ଠାରୁ ୧୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ୧ ଲକ୍ଷ ୫ ହଜାର ଟଙ୍କା ହେବ । ନୟାଗଡ଼ ଟାଉନ ଥାନାରେ ୧୬୯/୨୪ ରେ ମାମଲା ରୁଜ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି । ଦୁଇ ଭାଇଙ୍କ ଠାରୁ ଓଡି୨୫ଡି-୯୫୮୬ ଆପାଚି ଗାଡିକୁ ପୁଲିସ ଜବତ କରିଛି । ଆଜି ଉଭୟ ଦୁଇ ଭାଇଙ୍କୁ ନୟାଗଡ଼ ଟାଉନ ଥାନା ପକ୍ଷରୁ କୋଟ ଫରୁୱାର୍ଡ କରାଯାଇଛି ।





