କୋରାପୁଟ,(ବାଘୁଆବାର୍ତ୍ତା): ସବୁଠାରୁ ନିରାପଦ ଭାବେ ଚାଲିଥିଲା ଗଞ୍ଜେଇ ଚାଲଣ । ଯାହାର କି ଆଜି ପୁଲିସ୍ ଖୋଳତାଡ଼ ସମୟରେ ପର୍ଦ୍ଦାଫାସ କରୁଛି । ଏଥିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ପୁଲିସ । ସୂଚନାନୁସାରେ, ଇଣ୍ଡିଆନ୍ ଅଏଲ ଟ୍ୟାଙ୍କରରେ କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ନେଇ ବିହାର ଯାଉଥିବା ବେଳେ କୌଣସି ସୁତ୍ରରୁ ସୂଚନା ପାଇ ସେମିଳିଗୁଡ଼ା ଥାନା ପୁଲିସ ଉକ୍ତ ତେଲ ଟ୍ୟାଙ୍କର ଉପରେ ଚଢ଼ାଉ କରିଥିଲେ । ଉକ୍ତ ଗାଡ଼ିରୁ ୧୫କ୍ୱି ।ଲ ୭୭କେଜି ଗଞ୍ଜେଇ ଜବତ କରିଛି ଏବଂ ଯାହାର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି । ତେଲ ଟ୍ୟାଙ୍କର ଡ୍ରାଇଭର୍ ସହିତ ୨ଜଣ ବ୍ୟକ୍ତି ଗାଡ଼ି ଛାଡି ଫେରାର ହୋଇଯାଇଥିଲେ ।






