Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଚାଲାଣ, ତିନି ଆଇଆରବି ଯବାନ ଗିରଫ ପରେ ବହିଷ୍କୃତ

by ସଞ୍ଜୟ ସ୍ୱାଇଁ
April 12, 2025
in Crime, State
ଗଞ୍ଜେଇ ଚାଲାଣ, ତିନି ଆଇଆରବି ଯବାନ ଗିରଫ ପରେ ବହିଷ୍କୃତ
33
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ଚାକିରିରୁ ବହିଷ୍କୃତ ହେଲେ ୩ IRB ଯବାନ । ମନମୁଣ୍ଡା IRB ବାରାକରୁ ୧୫ କେଜି ଗଞ୍ଜେଇ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ପଞ୍ଚମ IRB ବାଟାଲିୟନର ଯବାନ ଗିରଫ ପରେ ବହିସ୍କୃତ ହୋଇଛନ୍ତି । ଯବାନ ମାନେ ହେଲେ ହାବିଲଦାର କୁନାର ସିଂହ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ୍ ବାର୍ଲା । ଗତ ୨୫ ମାର୍ଚ୍ଚରେ ୩ ଯବାନ ଗିରଫ ହୋଇଥିଲେ । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ନକ୍ସଲଙ୍କ ଗତିବିଧିକୁ ନେଇ ନଜର ରଖିବା ଏବଂ ଗଞ୍ଜେଇ ଚାଲାଣ ଉପରେ ନଜର ରଖିବା ପାଇଁ ପଞ୍ଚମ IRB ବାଟାଲିୟନର ଏକ ପ୍ଲାଟୁନକୁ ମନମୁଣ୍ଡା ଥାନା ପରିସରରେ ଥିବା ବାରାକରେ ନିୟୋଜିତ କରାଯାଇଥିଲା । ତେବେ ଗତ ୨୫ ତାରିଖରେ ବାରାକରେ ବାଟାଲିୟନର ୩ ଜଣ ଯବାନ ଗଞ୍ଜେଇ ରଖିଥିବା ନେଇ ପୋଲିସ ସୂଚନା ପାଇବା ପରେ ସେଠାରେ ଚଢାଉ କରିଥିଲା । ୩ ଜଣ ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ହାବିଲଦାର କୁନାର ସିଂହ ତାଙ୍କ ନିକଟରୁ ୫ କେଜି, କନେଷ୍ଟବଳ ତ୍ରିଲୋଚନ ରଣାଙ୍କ ନିକଟରୁ ୭ କେଜି ଓ କନେଷ୍ଟବଳ ନିଲମ୍ ବାର୍ଲାଙ୍କ ନିକଟରୁ ୩ କେଜି ଗଞ୍ଜେଇ ଜବତ ହୋଇଥିଲା । ପରବର୍ତ୍ତୀ ସମୟରେ ଏମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ଶନିବାର ୩ ଜଣ ଯବାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ମାମଲାରେ ସଂପୃକ୍ତ ହୋଇ ବହୁ କର୍ମଚାରୀ ଜେଲ୍ ଯାଉଥିବା ବେଳେ ପୋଲିସ କର୍ମଚାରୀ ମାନଙ୍କ ଗଞ୍ଜେଇ ନିଶା ଛାଡୁନାହିଁ । ଯାହାଦ୍ୱାରା କିଛି ପୋଲିସ କର୍ମଚାରୀଙ୍କ ପାଇଁ ସମଗ୍ର ବିଭାଗ ବଦନାମ୍ ହେଉଥିବା ବେଳେ ଅଭିଯୁକ୍ତଙ୍କ ପ୍ରତି ଏଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!