Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କଲା ଅବକାରୀ ବିଭାଗ; ଦୁଇ ଗିରଫ

by ସଞ୍ଜୟ ସ୍ୱାଇଁ
June 17, 2021
in Feature News, State
ପଇଡ ବୋଝେଇ ଟ୍ରକରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
220
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ଜିଲ୍ଲା ଅବକାରୀ ବିଭାଗ ପଣ୍ଡ କରିଛି। ଚୋରା ଗଞ୍ଜେଇ ବ୍ୟବସାୟୀ କୋଲକାତା ପଠାଉଥବା ବେଳେ ବିଭାଗ ଏଭଳି ଏକ ଯୋଜନାକୁ ପଣ୍ଡକରିଛି । ଓଡ଼ିଶାରୁ କୋଲକାତା ଯାଏ ଲମ୍ବିଥିବା ଲିଙ୍କ ଠାବ କରିଛି। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨କୁଇଣ୍ଟାଲ୍ ୮କେଜି ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ପାକାପାଖି ୧୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଦ୍ୱୟ ହେଲେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ୍ ଥାନା ଅଧିନରେ ଥିବା ଶ୍ରୀଧରପୁର ଅଞ୍ଚଳର ନରେନ୍ଦ୍ର ଗହୀର(୩୯) ଓ କୁନା ବିଶ୍ୱାଳ (୩୫)। ସୂଚନାନୁସାରେ, ଚୋରା ଗଞ୍ଜେଇ ବ୍ୟବସାୟୀ ଦ୍ୱୟ ଅନୁଗୁଳରୁ ଗଞ୍ଜେଇ ନେଇ କୋଲକାତା ଯାଉଥିଲେ । ଯୋଜନା ମୁତାବକ ଗୁରୁବାର ଦିନ ସେଠାରେ ଜଣେ ବ୍ୟବସାୟୀଙ୍କୁ ଗଞ୍ଜେଇ ଦେବା ପରେ ମୋଟା ରକମର ଟଙ୍କା ହାତେଇ ଥାଆନ୍ତେ। ହେଲେ ଏକ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଅବକାରୀ ଏସ୍ପି ସେଖ୍ ଆସଫ୍ ଅଲ୍ଲୀ ଚଢ଼ାଉ ପାଇଁ ନିର୍ଦେଶ ଦେଇଥିଲେ। ଏହାପରେ ଅବକାରୀ ବିଭାଗର ଏକ ୧୦ ଜଣିଆ ଟିମ୍ ସେରଗଡ଼ ଜାତୀୟ ରାଜପଥ ନିକଟ ଗୋଉଡ଼ୁଣି ପୋଖରୀ ଛକ ନିକଟରେ ଛକି ରହିଥିଲେ। ଆଜି ମଧ୍ୟାହ୍ନରେ ଟ୍ରକ ପହଞ୍ଚିବା ପରେ ବିଭାଗୀୟ କର୍ମଚାରୀ ଚାରିଆଡ଼ୁ ଘେରିଯାଇଥିଲେ। ଅଭିଯୁକ୍ତମାନେ ଖସିପଳାଇବାକୁ ଚେଷ୍ଟା କରିଥିଲେ ବି ଖସିପାରି ନଥିଲେ। ସେମାନଙ୍କୁ କାବୁ ପରେ ବିଭାଗୀୟ କାର୍ୟ୍ୟାଳୟକୁ ଆଣି ଜେରା କରାଯାଇଥିଲା। ଏନେଇ ଅବକାରୀ ବିଭାଗ ମାମଲା ରୁଜୁକରି ଦୁଇଜଣ ଚୋରା ଗଞ୍ଜେଇ ବ୍ୟବସାୟୀକୁ ଗିରଫ୍ କରିଥିବା ସୂଚନା ମିଳିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!