ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗ ମୋବାଇଲ ସ୍ୱାର୍ଡ଼ ୪୦ କେଜି ଗଞ୍ଜେଇ, ଏକ ଅଟୋ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଚୂଡ଼ା ଗ୍ରାମର ଶ୍ୟାମସୁନ୍ଦର ରାଉତଙ୍କ ପୁଅ ସୀତାକାନ୍ତ ରାଉତ ଏବଂ ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ଥାନା ଅଞ୍ଚଳର ଯୁଗଳ କିଶୋର ମହାପାତ୍ରଙ୍କ ପୁଅ ବିଦ୍ୟାସାଗର ମହାପାତ୍ର । କନ୍ଧମାଳରୁ ଭୁବନେଶ୍ୱର ଅଭିମୂଖେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ମହିପୁର ଛକ ନିକଟରେ ଜାତୀୟ ରାଜପଥ ଉପରୁ ଧରିବାରେ ସକ୍ଷମ ହୋଇଥିଲା । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକ୍ଷକ କରୁଣାଶଙ୍କର ତିୱାରୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ମୋବାଇଲ ସ୍ୱାର୍ଡ଼ ଅଧିକାରୀ ଭକ୍ତବତ୍ସଳ ବର୍ମା, ଏଏସଆଇ ବିଦ୍ୟାସାଗର ପ୍ରଧାନ, ନୀଳଲୋହିତ ମଲ୍ଲିକ, ମିତା ନାୟକ ସାମିଲ ଥିବା ସୂଚନା ମିଳିଛି ।





