ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପୁଲିସ ବୁଲେଟରେ ଯାଉଥିବା ୨୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହିତ ୨ଟି ବାଇକ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଫୁଲବାଣୀରୁ ଏକ ବୁଲେଟ ମାଧ୍ୟମରେ ଗଞ୍ଜେଇ ଧରି ଯାଉଥିବା ଲକ୍ଷ୍ମଣ ଶବର ଏବଂ କୁମାର ବାପି ବେହେରାଙ୍କୁ ପୁଲିସ ଗିରଫ କରିଛି । ପାଟ୍ରୋଲିଂ କରୁଥିବା ସମୟରେ ଏହି ଗଞ୍ଜେଇ ମାଫିଆମାନେ ପୁଲିସ ହାବୁଡ଼ରେ ଧରା ପଡ଼ିଥିଲେ । ସେମାନଙ୍କ ଠାରୁ ୨୦କେଜି ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇ ନେବା ପାଇଁ ମଞ୍ଜୁ ବେହେରା ଓ ସୁକାନ୍ତ ବେହେରା ସେମାନଙ୍କୁ ଆଗରେ ପଠାଇ ପଛରେ ଏକ ସ୍କୁଟି ଧରି ଆସିବା ସମୟରେ ପୁଲିସ ମଞ୍ଜୁ ଏବଂ ସୁକାନ୍ତଙ୍କୁ ମଧ୍ୟ ଗିରଫ କରିଛି । ସମସ୍ତଙ୍କ ଘର ଭୁବନେଶ୍ୱର ଅଞ୍ଚଳରେ ବୋଲି ପୁଲିସ ଜାଣିବାକୁ ପାଇଛି ।







