ନନ୍ଦପୁର (ଆପ୍ର) , (ବାଘୁଆବାର୍ତ୍ତା): ଗଞ୍ଜେଇ ଚୋରା ଚାଲଣ କିଛି ନୂଆ କଥା ନୁହେଁ । ବିଭିନ୍ନ ଉପାୟ ଆପଣେଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି ନନ୍ଦପୁର ବ୍ଲକ ପାଡ଼ୁଆ ଥାନା ହାଣ୍ଡିପୁଟ ଛକରୁ ପାଡ଼ୁଆ ପୁଲିସ ଟ୍ରକ,କାର ସହିତ ୩୦୭ କେଜି ଗଞ୍ଜେଇ ଜବତ କରିଛି । ମଙ୍ଗଳବାର ରାତିରେ ପାଦଧୁଆ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଲମତାପୁଟ ପଟୁ ସେମିଳିଗୁଡ଼ା ଅଭିମୁଖେ ଏକ ଟ୍ରକ ଓ କାର ଆସୁଥିଲା । ପୋଲିସ ସେମାନଙ୍କ ପିଛା କରିଥିଲା । ମାଫିଆମାନେ ଜୋରରେ ଗାଡି ଚଳାଇ ଆଗକୁ ପଳାଇଥିଲେ । ଏହାପରେ ସେମାନେ ଦୁଇଟି ଯାକ ଗାଡ଼ି ଛାଡ଼ି ଅନ୍ଧାର ରାତ୍ରିରେ ଚମ୍ପଟ ମାରିଥିଲେ । ପୁଳିସ ଗାଡ଼ି ଦୁଇଟି ଗାଡି ଯାଞ୍ଚ କରିବା ପରେ ସେଥିରୁ ୩୦୭ କେଜି ୨୯୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୁଲିସ କହିଛି । ତେବେ ଗାଡିର ପଞ୍ଜିକରଣ ସଂଖ୍ୟାରୁ ଏମାନଙ୍କର ମାଲିକ କିଏ ପୋଲିସ ଯାଞ୍ଚ କରୁଛି । କାରଟି ଗୁଜୁରାଟର ପଞ୍ଜିକରଣ ହୋଇଥିବା ବେଳେ ଟ୍ରକ ଟି ରାଜସ୍ଥାନର ବୋଲି ଜଣା ପଡିଛି ।





