Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଜାୟାର କାରରେ ବିପୁଳ ଗଞ୍ଜେଇ, ଡ୍ରାଇଭର ଗିରଫ, ଜେଲ ଗଲେ

by ସଞ୍ଜୟ ସ୍ୱାଇଁ
May 14, 2021
in Crime, State
ଡିଜାୟାର କାରରେ ବିପୁଳ ଗଞ୍ଜେଇ, ଡ୍ରାଇଭର ଗିରଫ, ଜେଲ ଗଲେ
193
VIEWS
Share on FacebookShare on Twitter

ପାଟଣାଗଡ଼ (ବାଘୁଆବାର୍ତ୍ତା): ବଲାଙ୍ଗୀର ଅବକାରୀ ବିଭାଗର ମୋବାଇଲ ଟିମ ଦ୍ୱାରା ଆଜି ଭୋର ସକାଳୁ ଏକ ଗଂଜେଇ ଗାଡ଼ି ଜବତ କରାଯାଇଥିବା ବେଳେ ଚାଳକକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଆଜି ଭୋର ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ପାଟଣାଗଡ଼ ପଦ୍ମପୁର ରାସ୍ତାର ରମ୍ଭା ଥାନା ଅନ୍ତର୍ଗତ ଝରନିପାନି ଗ୍ରାମ ନିକଟରେ ଅଟକିଥିବା ବେଳେ ଏକ ଡିଜାୟାର କାର ନଂ-ଓଡି.୦୩.କ୍ୟୁ.୮୮୧୮ ରେ ପଦ୍ମପୁର ପଟୁ ପାଟଣାଗଡ଼ ପଟକୁ ଆସୁଥିବା ବେଳେ ତାକୁ ଅଟକାଇଥିଲେ । ଡ୍ରାଇଭର ଜଣକ ଅବକାରୀ ବିଭାଗକୁ ଦେଖି କିରାବାହାଲ ରାସ୍ତାରେ ଦୃତ ଗତିରେ ପଳାଇଥିଲା । ତେବେ ଅବକାରୀ ଟିମ ପଛରୁ ପିଛା କରୁଥିବା ବେଳେ କିରାବାହାଲ ଗ୍ରାମର କିଛି ଲୋକ ଗାଡିକୁ ଅଟକାଇଥିଲେ । ଅବକାରୀ ଟିମ ସେଠାରୁ ଡ୍ରାଇଭର ତରଣି ବାଗକୁ ଗିରଫ କରି ଗାଡିରୁ ୧୮ କେଜି ଗଂଜେଇ ଜବତ କରିଥିଲେ । ତରଣୀ ବାଗଙ୍କ କହିବାନୁଯାୟୀ ଲରମ୍ଭା ଥାନା ଅନ୍ତର୍ଗତ ଗଉଡପାଲି ଗ୍ରାମରୁ ପାଟଣାଗଡ଼ ଥାନା ଅନ୍ତର୍ଗତ ଝୁଲେନବର ଗ୍ରାମକୁ ସେ ଗଂଜେଇ ଆଣୁଥିଲେ । ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ଅଭିଯୁକ୍ତ ତରଣୀ ବାଗକୁ ପାଟଣାଗଡ଼ କୋର୍ଟକୁ ନିଆଯାଇଥିଲା ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାକୁ ପାଟଣାଗଡ଼ ଜେଲକୁ ପଠାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପଅଧିକ୍ଷକ ଅରୁଣ କୁମାର ଯୋଷୀ, ଏ.ଏସ.ଆଇ. ଜି.କୁମ୍ଭାର, ହାବିଲଦାର ଜେ ମଲ୍ଲିକ, ଆର.ଷଡଙ୍ଗୀ ଏବଂ ଟି.ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!