କଟକ/ଫୁଲବାଣୀ, (ବାଘୁଆବାର୍ତ୍ତା): କଟକ ଟାଙ୍ଗୀ ଟୋଲ ଗେଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଗଞ୍ଜେଇ ଜବତ କରାଯାଇଛି । ୭୫ କିଲୋଗ୍ରାମ ଗଞ୍ଜେଇ ସହ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ହେବ । ଗିରଫ ୨ ଅଭିଯୁକ୍ତମାନେ ୪୧ ବର୍ଷୀୟ ଉଦୟ ନାୟକ, ଏବଂ ୩୯ ବର୍ଷୀୟ ଧୀରେନ୍ କଅଁର । ଏମାନେ ହେଲେ ଫୁଲବାଣୀ ଅଞ୍ଚଳର । କନ୍ଧମାଳରୁ କୋଲକାତା ଚାଲାଣ ବେଳେ ଟାଙ୍ଗୀ ଟୋଲ ଗେଟ୍ ନିକଟରେ ମାଡିବସିଥିଲା କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ । ତେବେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତି ଅଛନ୍ତି ସେନେଇ ଖୋଳତାଡ ଚାଲିଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।





