Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
July 3, 2021
in Crime, State
୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
90
VIEWS
Share on FacebookShare on Twitter

ନନ୍ଦପୁର, (ବାଘୁଆବାର୍ତ୍ତା): ପାଡୁଆ ପୋଲିସକୁ ବଡ ସଫଳତା। ହାତୀବାରି ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ। ଆନ୍ଧ୍ର ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ପୋଲିସ । ଦୁଇଟି ଭ୍ୟାନରୁ ପ୍ରାୟ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ନେତୃତ୍ୱରେ ପଡୁଆ ଥାନା ଅଧିକାରୀ ୨ ଜଣିଆ ଟିମ୍ ଗଠନ କରି ହାତିବାରି ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ। ସନ୍ଧ୍ୟା ୬ଟା ୩୦ ସମୟରେ ହାତୀବାରି ଗ୍ରାମ ନିକଟ ଜଙ୍ଗଲ ରାସ୍ତାରେ ୨ଟି ପିକଅପ୍ ଭ୍ୟାନ ନମ୍ୱର ଓଡି ୧୦ ଏଚ ୬୪୨୬ ଓ ଏପି ୩୧ ଟିଜି ୫୩୭୧କୁ ପୋଲିସ ଅଟକାଇଥିଲା। ହେଲେ ଅନ୍ଧାର ଏବଂ ବର୍ଷାର ସୁଯୋଗ ନେଇ ମାଫିଆମାନେ ଗାଡି ଛାଡି ଜଙ୍ଗଲ ଭିତରକୁ ଫେରାର ହୋଇଯାଇଛନ୍ତି । ଗାଡ଼ି ଯାଞ୍ଚ କରିବାରୁ ଦୁଇଟି ଭ୍ୟାନର ଡାଲାରୁ ୨୭ ବସ୍ତା ଗଞ୍ଜେଇ ଜବତ ହୋଇଛି। ଭ୍ୟାନ ଦୁଇଟିର ନମ୍ବର ଅନୁଯାୟୀ ପୋଲିସ ଗାଡି ମାଲିକଙ୍କ ନାମରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜବତ ପିକଅପ୍ ଭ୍ୟାନରୁ ୨୭ଟି ବସ୍ତାରୁ ୭ କ୍ଵିଣ୍ଟାଲ ୪କିଲୋ ଗଞ୍ଜେଇ ଥିଲା। ଏହାର ମୂଲ୍ୟ ପ୍ରାୟ ୭୦ ଲକ୍ଷରୁ ଉର୍ଦ୍ଧ୍ଵ ହେବବୋଲି ପୋଲିସ ସୂଚନା ଦେଇଛି। ତେବେ ଗାଡି ମାଲିକଙ୍କ ନାମରେ କେସ ନ ୪୪/୨୦୨୧ ପ୍ରକାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ଏହି ଧରପଗଡରେ ପାଡୁଆ ଥାନା ଏସଆଇ, ପଞ୍ଚାନନ ଶତପଥୀ, ଏଏସଆଇ ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଏଏସଆଇ ପ୍ରଭାସ ରଞ୍ଜନ ତ୍ରିପାଠୀ, କନଷ୍ଟେବଳ ମନୋଜ ନେମାଲପୁରି, ଡ୍ରାଇଭର ସରୋଜ ଠାକୁର ହୋମ ଗାର୍ଡ ଅନାଦି ଖେମୁଣ୍ଡୁ ସାମିଲ ଥିଲେ। ଏନେଇ ଏସଡିପିଓ ଶ୍ରୀ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!