କେସିଙ୍ଗା, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ କାଣ୍ଡେଲ ପଞ୍ଚାୟତ ଅନ୍ତର୍ଗତ ସିନ୍ଦିବାହାଲି ଗ୍ରାମର ଏକ ଘରୁ ୨ କୁଇଣ୍ଟାଲ ୪୧ କେଜିରୁ ଅଧିକ ଓଜନର ଗଞ୍ଜେଇ ଜବତ କରିବା ସହ ୨ ଜଣ ଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ଅଟକ ଦୁଇ ଜଣ ହେଉଛନ୍ତି ଶଶିଭୂଷଣ ତାଣ୍ଡି (୬୮) ଓ ପାନୁଆଲ ତାଣ୍ଡି (୫୦) ବୋଲି ଜଣାପଡ଼ିଛି । କେସିଙ୍ଗା ଆଦର୍ଶ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ ପୋଲିସ ଟିମ ସିନ୍ଦିବାହାଲି ଗ୍ରାମକୁ ଯାଇ ଟୁନା ତାଣ୍ଡି ଙ୍କ ଘରକୁ ଚଢ଼ାଉ କରିଥିଲେ । ଘରେ ଏକ ଟିଣ ବାକ୍ସ ଭିତରେ ଗଞ୍ଜେଇ ରହିଥିବା ନେଇ ଜଣାପଡିଥିଲା। ପରେ ଏକ୍ୟୁଜିଟିଭମାଜିଷ୍ଟ୍ରେଟ ରୁଦ୍ର ମୋହନ ନାଏକଙ୍କ ଉପସ୍ଥିତିରେ ଆଜି ଉକ୍ତ ଗଞ୍ଜେଇକୁ ପୋଲିସ ଜବତ୍ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଟୁନା ତାଣ୍ଡି ଫେରାର ହୋଇଯାଇଛି। କିଛି ଦିନ ଧରି ଲଗାତାର ଭାବରେ କେସିଙ୍ଗା ପୋଲିସ ଚୋରା ଚାଲାଣ ଗଞ୍ଜେଇକୁ ଧରିବାରେ ସଫଳ ହେଉଛି।





