ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କେତେବେଳେ ଟ୍ୟାଙ୍କର ଭିତରେ ତ କେତବେଳେ ବାଇଗଣ, କଖାରୁ ବୋଝେଇ ଗାଡିରେ। ଗଞ୍ଜେଇ ଚାଲାଣ ପାଇଁ ସବୁବେଳେ ମାଫିଆ ବାଛିଥାନ୍ତି ନୂଆ ନୂଆ ଉପାୟ। ଏଥର ମଧ୍ୟ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଜବତ କରିଛି ବିପୁଳ ଗଞ୍ଜେଇ। ଏକ କଣ୍ଟେନେର ଭିତରେ ଖାଲି ଅଖା ବସ୍ତା ତଳେ ବିପୁଳ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଜବତ କରିଛି।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରାସ୍ତା ଛକରେ ଏହି କଣ୍ଟେନେରକୁ ଜବତ କରାଯିବ ସହ ଡ୍ରାଇଭରକୁ ଅଟକ ରଖାଯାଇଛି। କଣ୍ଟେନେର ଉପରେ ଖାଲି ଅଖାବସ୍ତା ରଖାଯାଇ ତଳେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଗଞ୍ଜେଇ ହେଉଥିଲା ଚୋରାଚାଳନ। ଖବର ପାଇ ଉଲୁଣ୍ଡା ବ୍ଲକ ରାସ୍ତା ଛକରେ ଏହି କଣ୍ଟେନେରକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ପୋଲିସ ଜବତ କରିଥିଲା।ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳ ରୁ ରାଞ୍ଚି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଘଟଣା ସ୍ଥଳରେ ବିରାମହରାଜପୁର ଏସଡିପିଓ ,ଆଇଆଇସି ଓ ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି ।





