ଗଣିଆ, (ବାଘୁଆବାର୍ତ୍ତା): ଗଣିଆ ବ୍ଲକ ବନମାଳୀ ବାରିକି ମହାବିଦ୍ୟାଳୟ ଆଡ଼କଟା ପରିସରରେ ବିଜୁ ଜନତା ଦଳ ତରଫରୁ ତଥା ଓଡିଶା ମୋ ପରିବାର ଆନୁକୂଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ନୟାଗଡ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା,ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା, ସରପଞ୍ଚ ବୀରକିଶୋର ଜେନା, ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁଙ୍କ ସମେତ ବିଜୁ ଜନତା ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ । କୋଭିଡ୍ ସମୟରେ ଶିବିର ଆୟୋଜନ କରାଯାଇଥିବାରୁ ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ଥର୍ମାଲ ସ୍କ୍ରିନିଂ କରିବା, ମାସ୍କ ପିନ୍ଧିବା ଭଳି ସମସ୍ତ ପ୍ରକାର ନିୟମକୁ କଡାକଡି ପାଳନ କରାଯାଇଥିଲା । ବିଜୟନଗର ଗ୍ରାମର ରକ୍ତଦାତା ସାଧୁଚରଣ ମହାଳିକ ୧୬୨ ଥର ରକ୍ତଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିôବାରୁ ବିଧାୟକ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରକ୍ତଦାତା ମାନଙ୍କୁ ବିଧାୟକ ନିଜେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ରାସଙ୍ଗ ଡାକ୍ତର ସାଇରାମ ମହାପାତ୍ର ରକ୍ତଦାତା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।






