ଗଣିଆ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ଦୁଇଟି ବ୍ଲକରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତିନିଦିନ ଧରି ପାଣି ଘେରରେ ଅନେକ ଗାଁ ରହିଥିବା ବେଳେ ମହାନଦୀରେ ପାଣି ବଢ଼ୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି । ଗଣିଆ ବ୍ଲକର ଗଣିଆ-ଛାମୁଣ୍ଡିଆ ରାସ୍ତାର ରାସଙ୍ଗଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ୫ ଫୁଟର ଜଳ ପ୍ରବାହିତ ହେଉଛି । ଫଳରେ ରାସଙ୍ଗ, ଛାମୁଣ୍ଡିଆ ଓ ବଡ଼ସିଲିଙ୍ଗା ପଞ୍ଚାୟତକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇ ପଡ଼ିଛି । ଆଜି ଦଶପଲ୍ଲା ବିଧାୟକ ରମେଶ ବେହେରା, ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ସାଂସଦ ପ୍ରତିନିଧି ସଦାଶିବ ମିଶ୍ର ଗଣିଆ ବ୍ଲକର ବନ୍ୟାଞ୍ଚଳରେ ପହଂଚି ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି । ଏଥିସହିତ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ମଧ୍ୟ ଅପରାହ୍ନରେ ଗଣିଆରେ ପଂହଚି ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସମୀକ୍ଷା କରିଛନ୍ତି । ହୀରାକୁଦରେ ୪୬ଟି ଗେଟ୍ ଖୋଲା ଯାଇଥିବାରୁ ଆଜି ରାତିରେ ପାଣି ବଢ଼ିବାର ସମ୍ଭାବନା ରହିଛି, ଏଣ ସଜାଗ ରହିବା ବ୍ଲକ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ରିର୍ପୋଟ- ଲକ୍ଷ୍ମୀଧର ସ୍ୱାଇଁ







