Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପର୍ଯ୍ୟଟକଙ୍କ ଠାରୁ ଲୁଟ୍ ଘଟଣା: ସ୍ଥାନୀୟ ଲୋକଙ୍କ ସହ କଟକରୁ ଦୁଇ ଜଣ ଗିରଫ

by ସଞ୍ଜୟ ସ୍ୱାଇଁ
July 24, 2022
in Crime, Nayagarh
ପର୍ଯ୍ୟଟକଙ୍କ ଠାରୁ ଲୁଟ୍ ଘଟଣା: ସ୍ଥାନୀୟ ଲୋକଙ୍କ ସହ କଟକରୁ ଦୁଇ ଜଣ ଗିରଫ
192
VIEWS
Share on FacebookShare on Twitter

ଗଣିଆ, (ବାଘୁଆବାର୍ତ୍ତା): ଗଣିଆ ପୋଲିସକୁ ମିଳିଛି ସଫଳତା । ପର୍ଯ୍ୟଟକଙ୍କ ଠାରୁ ଲୁଟ୍ କରିଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଛି ଗଣିଆ ପୋଲିସ । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ସାତକୋଶିଆ ସ୍ୟାଣ୍ଡ ରୁସର୍ଟକୁ ଆସିଥିବା ପଯ୍ୟଟକଙ୍କ ଠାରୁ ଶୁକ୍ରବାର ଦିନଦିପ୍ରହରେ ସୁନା ଚେନ ଲୁଟ ଅଭିଯୋଗରେ ଶୁକ୍ରବାର ଦିନ ଅପରାହ୍ନରେ ଖଣ୍ଡପଡା ଥାନା ନିକଟ ଗଡ଼ିଆସାହି ଓ ଅଁଳାପଟା ନିକଟବର୍ତ୍ତୀ କାଜୁ ଜଙ୍ଗଲ ନିକଟରୁ ଯୋଜନା ବଦ୍ଧଭାବେ କାବୁ କରିଥିଲେ । ସୂଚନାନୁସାରେ, ପୁରୀରୁ ଆସିଥିବା ନିଶାନ ସାହୁ ଓ ସ୍ତ୍ରୀ କାଜଲ ପାତ୍ର ସାତକୋଶିଆ ସ୍ୟାଣ୍ଡ ରିସର୍ଟକୁ କାରରେ ବୁଲିବାକୁ ଆସିଥିଲେ । ରିସର୍ଟରୁ ଫେରିବା ବେଳେ ରାସଙ୍ଗ ପଞ୍ଚାୟତ ହଟିଆପଲ୍ଲୀ ବସଷ୍ଟାଣ୍ଡ ନିକଟରେ ଗୋଟିଏ ନାଲି କଲର ବାଇକରେ ତିନିଜଣ ଯୁବକ ଆସି କାରକୁ ଅଟକାଇବା ସହିତ କାରକୁ ଭଙ୍ଗାରୁଜା କରିଥିଲେ । ଜୋର ଜବରଦସ୍ତି ସୁନା ଚେନ ନେବା ସହିତ ମାଡ ମଧ୍ୟ ମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନ କରିବା ସହିତ ଖଣ୍ଡପଡା, କଣ୍ଟିଲୋ, ଓ ଦଶପଲ୍ଲା ଥାନା ତରଫରୁ ଜୋରଜାର ନାକାବନ୍ଦୀ କରିଥିଲେ । ପୋଲିସ ଓ ଅଭିଯୁକ୍ତ ମାନଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ଶେଷରେ ଅଭିଯୁକ୍ତଙ୍କୁ ଧରି ଗଣିଆ ଥାନାକୁ ଆଣି ଅଧିକ ପଚାରାଉଚରା କରାଯାଉଥିବା ବେଳେ ଗଣିଆ ଅଂଚଳରେ କିଛିଦିନ ହେବ ମୋବାଇଲ ଓ ମଟର ସାଇକେଲ ଚୋରମାନେ ପୋଲିସ ଆଖିରେ ଚକମା ଦେଇ ବୁଲୁଥିବା ବେଳେ ପୋଲିସ ହାତ ଖାଲି ପଡିଥିଲା । ସେଥିପାଇଁ ଗଣିଆ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ସନ୍ଦେହ ଘେରରେ ଥିବା କିଛି ଯୁବକଙ୍କୁ ଡାକି ଥାନାରେ ଜେରା କରାଯାଉଥିଲା । ତେବେ ଚେନଚୋରି ଅଭିଯୋଗରେ ଗଣିଆ ବ୍ଲକ କାଦୁଆ ଗ୍ରାମର ସର୍ବେଶ୍ୱର ସ୍ବାଇଁ , ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପୋଇଝରିଆ ଗ୍ରାମର ଯଶୋବନ୍ତ ଜେନା , କଟକ ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ନରସିଂହ ପଟ୍ଟନାୟକଙ୍କୁ ଗଣିଆ ଥାନାକୁ ଆଣି ଅଭିଯୁକ୍ତଙ୍କୁ ଅଧିକ ପଚାରାଉଚରା କରିବାପରେ ଅଭିଯୁକ୍ତ ସେମାନଙ୍କର ଦୋଷ ମାନିଥିଲେ । ସେଥିପାଇଁ ଅଭିଯୁକ୍ତଙ୍କୁ ପୂର୍ବାହ୍ନରେ ଡାକ୍ତରୀ ମଇନା କରିବା ପରେ ଅପରାହ୍ନରେ ବିଚାର ବିଭାଗୀୟ ଅଦଲତକୁ ପଠାଇଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!