ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରେମକୁ ଆପଣେଇବା ପାଇଁ ସ୍ୱାମୀକୁ ଛାଡ଼ି ଫେରାର ହୋଇଗଲା ସ୍ତ୍ରୀ । ଯାହାକୁ ନେଇ ସ୍ୱାମୀ ଥାନାରେ ଅଭିଯୋଗ କରିଛି । ଗଣିଆ ଥାନାରେ ଏନେଇ ନିଖୋଜ ମାମଲା ରୁଜୁ ହୋଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ରାଜିଙ୍ଗି ଗ୍ରାମର ସୁଧାକର ନାୟକଙ୍କୁ ନଳିନୀ ନାୟକ ବିବାହ କରିଥିଲେ । ସୁଧାକର ମିସ୍ତ୍ରୀ କାମ କରି ଗୁଜୁରାଣ ମେଣ୍ଟାଉ ଥିବା ବେଳେ ସ୍ତ୍ରୀ ନଳିନୀ ସହ ଭୁବନେଶ୍ୱରରେ ଘର ଭଡା ନେଇ ରହୁଥିଲେ । ନଳିନୀଙ୍କ ଦୁଇଟି ପୁତ୍ର ସନ୍ତାନ ହୋଇଥିଲେ ମଧ୍ୟ ସ୍ୱାମୀକୁ ପର କରି ସେ ଫେରାର ହୋଇଯାଇଥିବା ଜଣାଯାଇଛି । ନଳିନୀ ସାଙ୍ଗରେ ଦୁଇ ପୁଅକୁ ଧରି ପ୍ରେମୀକ ସହିତ ଚାଲିଯାଇଥିବା ସ୍ୱାମୀ ସୁଧାକର ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁଧାକରଙ୍କ ଅଭିଯୋଗକୁ ଭିତ୍ତି କରି ଗଣିଆ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଛି । ପ୍ରେମୀକ ଏବଂ ନଳିନୀ ସଂପର୍କରେ ଖୋଳତାଡ ଚାଲିଥିବା ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି ।





