ନୟାଗଡ଼, (ବାଘୁଆବାର୍ତ୍ତା): ଗଣିଆ ଥାନା ବେଲପଡା ପାଟଣା ପଂଚାୟତସ୍ଥିତ ବେଲପଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମହିଳାଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା ହୋଇଛି ତଦନ୍ତ କରୁଛି ଗଣିଆ ପୋଲିସ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ସନ୍ତୋଷ କୁମାର ସାହୁଙ୍କ ଝିଅ ସୋନାଲି ସାହୁ ଗଣିଆ ଥାନା ଅନ୍ତର୍ଗତ ବେଲପଡାଗ୍ରାମର ରାଜନ କୁମାର ସାହୁଙ୍କୁ ସାତ ବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲେ । ମୃତ ସୋନାଲିଙ୍କର ପାଞ୍ଚ ବର୍ଷ ଓ ଆଠ ମାସର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । କିନ୍ତୁ ଦୀର୍ଘ ଦିନ ଧରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଯାହାର ପରିମାଣ ସୁରୂପ ଆକଳରେ ଚାଲିଗଲା ଏଇ ନିରୀହ ଜୀବନ । ଗୁରୁବାର ଭୋର ସମୟରେ ସୋନାଲିକୁ ସ୍ୱାମୀ ରାଜନ ମାରି ଦଉଡ଼ିରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ଝିଅର ମା ସସ୍ମିତା । ସୋନାଲିକୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣଯାଇଥିଲା । ସେଠାରେ ଡାକ୍ତର ମଧୁସୂଦନ ଦାସ ସୋନାଲିଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଥାନାକୁ ଅବଗତ କରାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ୱାମୀ ରାଜନ କୁମାର ସାହୁଙ୍କୁ ଥାନାରେ ଅଟକ ପଚରା ଉଚରା କରୁଥିବା ବେଳେ ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରିରଖିଛି ।





