Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲଙ୍କାପୋଡ଼ି ଯାତ୍ରା ଓ ଗଣିଆ ମହୋତ୍ସବ ପ୍ରସ୍ତୁତି ବୈଠକ

by ସଞ୍ଜୟ ସ୍ୱାଇଁ
February 13, 2025
in Nayagarh, State
ଲଙ୍କାପୋଡ଼ି ଯାତ୍ରା ଓ ଗଣିଆ ମହୋତ୍ସବ ପ୍ରସ୍ତୁତି ବୈଠକ
137
VIEWS
Share on FacebookShare on Twitter

ଗଣିଆ, (ବାଘୁଆବାର୍ତ୍ତା): ଗଣିଆ ରାମ ମନ୍ଦିର ପରିସରରେ ଲଙ୍କାପୋଡ଼ି ଯାତ୍ରା ଓ ଗଣିଆ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ଲଙ୍କାପୋଡ଼ି ଯାତ୍ରା କମିଟିର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ୮ଗୋଟି ପଂଚାୟତର ସରପଂଚ ଓ ସମିତସଭ୍ୟ ଓ ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ମହାବୀର ବଣିକ ସଂଘର ସଭାପତି ଦାଶରଥି ସାହୁ, ସମ୍ପାଦକ ପ୍ରଭାତ କୁମାର ଦାଶ, ମହାବୀର ମୋଟର ଆସୋସିଏସନର ସଭାପତି ରମାକାନ୍ତ ରାଉତ, ସମ୍ପାଦକ ପ୍ରକାଶ କୁମାର ସାହୁ, ଅଟୋ ଆସୋସିଏସନର ଶେଷଦେବ ବେହେରା ସମ୍ପାଦକ ସୁଶାନ୍ତ କୁମାର ବେହେରା, ସାମ୍ବାଦିକ ସଂଘର ସମ୍ପାଦକ କମଳ ଲୋଚନ ଦଳେଇ, ଆଂଚଳିକ ସାମ୍ବାଦିକ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, ରଘୁନାଥ ଜୀଉ ମନ୍ଦିର କମିଟିର ସମ୍ପାଦକ ଉଦ୍ୟନାଥ ସାହୁ, ମନ୍ଦିର ଟ୍ରଷ୍ଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରାଙ୍କ ସମେତ ଲଙ୍କାପୋଡ଼ି ଯାତ୍ରା କମିଟିର ସମସ୍ତ କମକର୍ତାମାନେ ଉପସ୍ଥିତ ଥିଲେ । ନୂତନ ସଭାପତି ଉପସ୍ଥିତ ଥିବା ସମସ୍ତଙ୍କୁ ସର୍ବପ୍ରଥମେ ଅଭିନନ୍ଦନ ଓ ଶୁଭେଛା ଜଣାଇଥିଲେ । ୧୯୭୩ ମସିହାରୁ ଆରମ୍ଭ ହୋଇଥିବା ଗଣିଆ ଲଙ୍କାପୋଡ଼ି ଯା୍‌ତ୍ରା ଚଳିତ ବର୍ଷ ୫୩ ବର୍ଷରେ ପଦାର୍ପଣ କରିଥିବାରୁ ଗଣିଆ ଗ୍ରାମବାସୀଙ୍କ ତରଫରୁ ବଡ଼ ଧୁମଧାମରେ ପାଳନ କରିବା ପାଇଁ ସର୍ବ ସମ୍ମତିକ୍ରମେ ସଭାରେ ନିଷ୍ପତି ନିଆଯାଇଥିଲା । ତେବେ ଆସନ୍ତା ଏପ୍ରିଲ ୬ ତାରିଖରେ ଶ୍ରୀରାମ ନବମୀ ପଡ଼ୁଥିବାରୁ ସେହିଦିନଠାରୁ ୨୩ଦିନ ଧରି ରାମ ନାଟକ ପରିବେଷଣ କରାଯାଇ ରାବଣବଧ ଓ ଲଙ୍କାପୋଡ଼ି ଯାତ୍ରା ଅନୁଷ୍ଠିତ ହେବ । ଏପ୍ରିଲ ମାସ ୨୯ ତାରିଖରେ ଓଡ଼ିଶା ପ୍ରସିଦ୍ଧ ରାବଣ ପୋଡ଼ି ଉତ୍ସବ ବା ମୁଖ୍ୟ ଲଙ୍କାପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ୩୦ତାରିଖରେ ଶ୍ରୀରାମ ଅଭିଷେକ ହେବା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମେଲୋଡ଼ି ଅନୁଷ୍ଠିତ ହେବ । ୧ ତାରିଖରୁ ୩ତାରିଖ ପର୍ଯ୍ୟନ୍ତ ପ୍ରଥମଥର ପାଇଁ ଗଣିଆରେ ଗଣିଆ ମହୋତ୍ସବ ହେବାପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଦଳବଳ ନିର୍ବିଶେଷରେ ସର୍ବସମ୍ମତିକ୍ରମେ ଗଣିଆରେ ଆଂଚଳିକସ୍ତରୀୟ ମହୋତ୍ସବ ହେବାପାଇଁ ନିଷ୍ପତି ନିଆଯାଇଥିଲା । ଏହି ଗଣିଆ ମହୋତ୍ସବକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଥିଲା । ଏଥିପାଇଁ ଏକ ୧୪ଜଣିଆ କମିଟି ଗଠନ କରାଯାଇଛି । ସାଂସଦ ଓ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ୧୪ଜଣିଆ କମିଟି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶେଷରେ ନୂତନ ସଭାପତି ଲଙ୍କାପୋଡ଼ି ଯାତ୍ରା ଓ ଗଣିଆ ମହୋତ୍ସବକୁ ଧୁମଧାମରେ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!