Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

by ସଞ୍ଜୟ ସ୍ୱାଇଁ
January 30, 2025
in Nayagarh, State
ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
101
VIEWS
Share on FacebookShare on Twitter

ଦ୍ଵିତୀୟ ସେମି ଫାଇନାଲରେ ଅନଗୁଳ ଓ ଫୁଲବାଣୀ

ଗଣିଆ, (ବାଘୁଆବାର୍ତ୍ତା): ଗଣିଆ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚାଲିଥିବା ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ପରସ୍ପରକୁ ଭେଟିଥିଲେ କଲିକତା ବନାମ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ। ପ୍ରଥମାର୍ଦ୍ଧରେ ଉଭୟଦଳର ଖେଳାଳୀମାନେ ଆରମ୍ଭରୁ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ପରସ୍ପର ଉପରେ ଆଧିପତ୍ୟ ଜାହିର କରିଥିଲେ ଏବଂ ପରସ୍ପର କୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଦ୍ଵିତୀୟାର୍ଧ୍ୟ ରେ ଫୁଲବାଣୀ ଦଳ କଲିକତାକୁ ଗୋଟିଏ ଗୋଲ ଦେଇ ୨ -୧ ରେ ବିଜେତା ଘୋଷିତ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ସ୍ଵତନ୍ତ୍ର ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷ ଝୁନା ଜେନା ଏବଂ ଫ୍ରାଙ୍କଲିନ ଗୃପ ଭୁବନେଶ୍ଵର ର ଚେୟାରମେନ ଆଲୋକ କୁମାର କର ଯୋଗ ଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ର ପୂର୍ବତନ ସଭାପତି ପ୍ରସନ୍ନ କୁମାର ଦାଶ, କିଶୋର ପ୍ରସାଦ ସମିତି ସଭ୍ୟା ରଞ୍ଜିତା ବେହେରା, ଭଗବାନ କର ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନସ୍ ଭଦ୍ରକର ଚେୟାରମେନ ନିଳାଞ୍ଚଳ ସାହୁ,ଶିବାଂସି ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନସ୍ ଦଶପଲ୍ଲା ର ଚେୟାରମେନ ଦିନେଶ କୁମାର ଦୋରା, ସ୍ଵାସ୍ଥ୍ୟ ବିଭାଗର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ରଞ୍ଜନ କୁମାର ରାଉଳ ଯୋଗଦାନ କରିଥିଲେ । ସମସ୍ତ ଅତିଥିମାନେ ଜଗନ୍ନାଥ ମନ୍ଦିର ନିକଟରୁ ପଟୁଆର କରି ପଡିଆ ନିକଟସ୍ଥ ମଞ୍ଚ ନିକଟକୁ ଆସିଥିଲେ । ଖେଳ ପ୍ରାରମ୍ଭରୁ ଏବଂ ମଧ୍ୟାହ୍ନରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ ସମ୍ପାଦକ ଦେବୀପ୍ରସାଦ ଦାଶ ମଞ୍ଚ ପରିଚାଳନା କରିଥିଲେ ଓ ମହାବୀର ସାଂସ୍କୃତିକ ପରିଷଦର ସମସ୍ତ କର୍ମକର୍ତ୍ତା ଏହି କ୍ରୀଡ଼ା ଉତ୍ସବରେ ସହଯୋଗ କରିଥିଲେ । ଓଡ଼ଗାଁ ଅଞ୍ଚଳର ନିରାକାର ମଣ୍ଡଳ ପ୍ରତ୍ୟେକ ଗୋଲ୍ ସ୍କୋର ପାଇଁ ସଂପୃକ୍ତ ଖେଳାଳିଙ୍କୁ ଦୁଇ ଶହ ଟଙ୍କା ଏବଂ ଗଣିଆ ର ମନୋରଞ୍ଜନ ମହାଳିକ ଏକଶହ ଟଙ୍କାର ପୁରସ୍କାର ବଣ୍ଟନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ୨ ୟ ସେମିଫାଇନାଲ ପତାକା କ୍ଲବ ଅନୁଗୁଳ ସହିତ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ଦଳ ମଧ୍ୟରେ ଅନୁଷ୍ଠିତ ହେଉଥିବାରୁ ବହୁ ସଂଖ୍ୟକ ଦର୍ଶକ ଆସିବାକୁ ସଭାପତି ଗିରିଧାରୀ ସେଠୀ ଅନୁରୋଧ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!