Thursday, July 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ୨୦୨୫

by ସଞ୍ଜୟ ସ୍ୱାଇଁ
February 1, 2025
in Nayagarh, Sports, State
ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ୨୦୨୫
133
VIEWS
Share on FacebookShare on Twitter

୨-୦ ଗୋଲରେ ଜିତି ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ଚମ୍ପିୟାନ

ଗଣିଆ, (ବାଘୁଆବାର୍ତ୍ତା): ଗଣିଆ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ଦିନ ବୌଦ୍ଧ ବନାମ ଫୁଲବାଣୀ ସହ ଅନୁଷ୍ଠିତ ହୋଇଯାଇଛି । ଉଭୟ ଦଳର ଖେଳାଳୀମାନେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଥମାର୍ଦ୍ଧରେ ଫୁଲବାଣୀ ଦଳ ବୌଦ୍ଧ ଦଳକୁ ଗୋଟିଏ ଗୋଲ୍ ଦେଇ ଥିଲେ । ଦ୍ଵିତୀୟାର୍ଦ୍ଧରେ ଫୁଲବାଣୀ ଦଳ ବୌଦ୍ଧକୁ ଆଉ ଗୋଟିଏ ଗୋଲ ଦେଇଥିଲେ । ଫଳରେ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ଦଳ ୨-୦ ଗୋଲରେ ବିଜୟ ଲାଭ କରି ଚଳିତ ବର୍ଷ ଚମ୍ପିୟାନ ଘୋଷିତ ହୋଇଥିଲା । ଆଜିର ମ୍ୟାଚରେ ମ୍ୟାଚ ରେଫରି ଭାବରେ ଶିବ ଶଙ୍କର ପଣ୍ଡା ଯୋଗ ଦେଇଥିବା ବେଳେ ସହଯୋଗୀ ରେଫରି ଭାବେ ସୁଜିତ କୁମାର ପାତ୍ର ଓ ଏମ ଏସ ବେଗ ଏବଂ ଚତୁର୍ଥ ରେଫରୀ ଭାବେ ଦିଲ୍ଲୀପ କୁମାର ରାଉତ ଯୋଗ ଦେଇ ଥିଲେ lମୂଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା , ସ୍ଵାସ୍ଥ୍ୟ ବିଭାଗର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ରଞ୍ଜନ କୁମାର ରାଉଳ ଯୋଗ ଦେଇ ଖେଳକୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମହାବୀର ସାଂସ୍କୃତିକ ପରିଷଦ ତରଫରୁ ଅତିଥି ମାନଙ୍କୁ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ପଡିଆ ମଧ୍ୟକୁ ନିମନ୍ତ୍ରଣ କରାଯାଇଥିଲା l ବିଜେତା ଫୁଲବାଣୀ ଦଳକୁ ଚମ୍ପିୟାନ ଟ୍ରଫି ସହିତ ୪୦,୦୦୦/- ଟଙ୍କା ଓ ଉପବିଜେତା ବୌଦ୍ଧ ଦଳକୁ ଟ୍ରଫି ସହିତ ୩୦,୦୦୦/- ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସାତଦିନ ଧରି ଚାଲି ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ଦର୍ଶକ ଶାନ୍ତି ଶୃଙ୍ଖଳାରେ ଖେଳ କୁ ଉପଭୋଗ କରିଥିବାରୁ ଅନୁଷ୍ଠାନର ସଭାପତି ଗିରିଧାରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ସ୍ଵର୍ଗତ ବିଜୟ ରାଉଳ ଙ୍କ ସ୍ମୃତି ଉଦ୍ଧେଶ୍ୟରେ ତାଙ୍କର ସୁପୁତ୍ର ରଞ୍ଜନ କୁମାର ରାଉଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସହଯୋଗ କରିଥିବାରୁ ଅନୁଷ୍ଠାନ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଖେଳ ଶେଷରେ ତିନି ଜଣ ଶ୍ରେଷ୍ଠ ଦର୍ଶକ ଙ୍କୁ ସମ୍ମାନିତ କରାଯାଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!