Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଣିଆରେ ମନ୍ତ୍ରୀ ଅରୁଣଙ୍କ ମାରାଥନ୍ ଶିଳାନ୍ୟାସ

by ସଞ୍ଜୟ ସ୍ୱାଇଁ
March 28, 2021
in Feature News, Nayagarh
ଗଣିଆରେ ମନ୍ତ୍ରୀ ଅରୁଣଙ୍କ ମାରାଥନ୍ ଶିଳାନ୍ୟାସ
343
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ଅଞ୍ଚଳରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ପରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଯୋଗ ଦେଇଥିଲେ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ବ୍ଲକ ଅଧିନରେ ଥିବା କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାଳୟ ପହଞ୍ôଚ ମନ୍ତ୍ରୀ ସେଠାରେ ‘ମୋ ସ୍କୁଲ’ ମାଧ୍ୟମରେ ନିର୍ମିତ ହୋଇଥିବା ପ୍ରାର୍ଥନା ଗୃହ ଉଦଘାଟନ କରିବା ସହିତ ସ୍କୁଲ ପରିସର ପରିଦର୍ଶନ କରିଥିଲେ । ମୁଖ୍ୟଅତିଥର ତାଙ୍କ ଅଭିଭାଷଣରେ, ପିଲାଦିନର ସ୍ମୃତିକୁ ମନେପକାଇଥିଲେ । ପ୍ରତ୍ୟେକ ପୁରାତନ ଛାତ୍ରଛାତ୍ରୀମାନେ ଯିଏ ଯେଉଁ କୋଣରେ ଅଛନ୍ତି ସମସ୍ତେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି । ଅତିତର ସ୍ମୃତି ସ୍କୁଲ ମାନଙ୍କର ଭବିଷ୍ୟତ ନିର୍ଣ୍ଣାୟକ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ କାର୍ଯ୍ୟକ୍ରମକୁ ଆନ୍ତରିକତାର ସହ ଗ୍ରହଣ କରିଛନ୍ତି । ଏହା ପରେ ଗଣିଆର ପ୍ରସିଦ୍ଧ ରଘୁନାଥଙ୍କ ମନ୍ଦିର ପରିସରରେ ଯଜ୍ଞ ମଣ୍ଡପ ପାଇଁ ଭିତିପ୍ରସ୍ତର ଶିଳାନ୍ୟାସ କରିବା ସହିତ ଗଣିଆ ଟାଉନ୍ ହଲ ନିର୍ମାଣ କରିବା ପାଇଁ ମଧ୍ୟ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ଗଣିଆ ମହାବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ଓ ଲାଇବ୍ରେରୀର ନିର୍ମାଣ କରିବା ପାଇଁ ଶୁଭ ଦେଇଥିଲେ । ଏହି ମାରାଥନ୍ ଶିଳାନ୍ୟାସ ସମାରୋହରେ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ଗଣିଆ ବ୍ଲକ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ ପ୍ରମୁଖ ସାମିଲ ହୋଇଥିବା ବେଳେ ବହୁ ପୁରାତନ ଛାତ୍ରଛାତ୍ରୀ ସାମିଲ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!