ଗଣିଆ, (ବାଘୁଆବାର୍ତ୍ତା) : ଗଣିଆ ବ୍ଲକ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ,ଆଡ଼କଟା ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବିଜ୍ଞାନ ମେଳା ଗୋଟିଏ ଦିନରେ ସୀମିତ ନ ରହିବାକୁ ଶିକ୍ଷକମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଜ୍ଞାନ ହିଁ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ ବାଟ ଦେଖାଇ ପାରିବ ଏଥିରେ ସନ୍ଦେହ ନାହିଁ ବୋଲି ମୁଖ୍ୟ ଅତିଥି ବର୍ଣ୍ଣନା କରିଥିଲେ । ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶନ୍ନ କୁମାର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଡକଟା ସରପଞ୍ଚ ବୀର କିଶୋର ଜେନା,ସମିତି ସଭ୍ୟ ଚନ୍ଦ୍ର ଶେଖର ସାହୁ,ସଂଗଠନ ସମ୍ପାଦକ ତଥା ଆଡକଟା ପଦ୍ମନାଭ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମନୋଜା ମଞ୍ଜରୀ ସାହୁ,ବିଦ୍ୟାଳୟର ପ୍ରତିଷ୍ଠାତା ରଘୁନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି ।