ଭୁବନେଶ୍ବର ,(ବାଘୁଆବାର୍ତ୍ତା) : ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ରହିଛନ୍ତି । ହାଇଦରକୁ ଧରିବାକୁ ଏବେ ଜୋରଦାର ଅପରେସନ ଆରମ୍ଭ କରିଛି ପୁଲିସ । ଏନେଇ କଟକ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କୁ ଅଚେତ କରି ଫେରାର ହୋଇଛି ହାଇଦର । ସବୁ ଟିମକୁ ଆଲର୍ଟ କରିଦିଆଯାଇଛି । ଖୁବ ଶୀଘ୍ର ହାଇଦରକୁ ଧରିବାରେ ସଫଳ ହେବୁ । ୯୦ ଦଶକରେ ଆତଙ୍କ ଖେଳାଇଥିଲା କେନ୍ଦ୍ରାପଡ଼ାର ହାଇଦର । ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର ସାଜିଥିଲା ହାଇଦର । ଛୋଟମୋଟ ଚୋରିରୁ ହାଇଦର ଅପରାଧ ଦୁନିଆକୁ ଆସିଥିଲା । ସୁଲେମାନ ସହ ମିଶି ଆରମ୍ଭ କରିଥିଲା ଗ୍ୟାଙ୍ଗ । ଟେଣ୍ଡର ପିକ୍ସିଂ, ହତ୍ୟା, ରାହାଜାନୀ ଭଳି ଏକାଧିକ କ୍ରାଇମ କରି ହାଇଦର ଗ୍ୟାଙ୍ଗଷ୍ଟର ପାଲଟିଥିଲା ।




