Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇଦର କେମିତି ବନିଲା ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର

by ସଞ୍ଜୟ ସ୍ୱାଇଁ
July 25, 2021
in Crime, State
ହାଇଦର କେମିତି ବନିଲା ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର
288
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର । ହାଇଦରର କଳା ସାମ୍ରାଜ୍ୟର ତାଲିକା ଢେର ଲମ୍ବା । ଯେତିକି ଚାଞ୍ଚଲ୍ୟକର ସେତିକି ରହସ୍ୟମୟ । ଆଗରୁ ଦୁଇ ଦୁଇ ଥର ଗୁଳି ଖାଇ ବଞ୍ଚି ଯାଇଥିବା ହାଇଦର ଏଥର ଏନକାଉଣ୍ଟରରେ ନିହତ ହୋଇଛି । ୩୦ ବର୍ଷ ଧରି ଅପରାଧିକ ଦୁନିଆରେ ଜଡ଼ିତ ଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ରଣପଡ଼ାରେ ସାଧାରଣ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲା ହାଇଦର । ୫ ଭାଇ ଭଉଣୀରେ ଘରର ସେ ଥିଲା ବଡ଼ ପୁଅ । ୧୯୭୫ ମସିହା ବେଳକୁ ରିକ୍ସା ଚଳାଉଥିଲା ସେକ୍ ହାଇଦର । ୧୯୮୦ ମସିହା ବେଳକୁ କେନ୍ଦ୍ରାପଡାରୁ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଟ୍ରଲିରେ କଟକ ଆଣୁଥିଲା । ରିକ୍ସା ଚାଳକୁ ସେ ଟ୍ରେକର ଓ ଟ୍ରକ ଡ୍ରାଇଭିଂ ଶିଖିଥିଲା ହାଇଦର । ତାପରେ ଧିରେ ଧିରେ ଅପରାଧ ଦୁନିଆରେ ଏଣ୍ଟ୍ରି ମାରିଥିଲା । ୧୯୮୦ ମସିହା ପରେ ତା ନାଁରେ ବାଜିଥିଲା ଗ୍ୟାଙ୍ଗଷ୍ଟର ମୋହର । କେନ୍ଦ୍ରାପଡ଼ାରେ ସୁଲେମାନ୍, ଟିଟୋ ଓ ହାଇଦର ମିଶି ଅପରାଧ ଗ୍ୟାଙ୍ଗ ଗଢ଼ିଥିଲେ । ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ, ହଣାକଟା, ଅପହରଣ ଭଳି କାମରେ ଲିପ୍ତ ରହୁଥିଲେ । ପାରାଦୀପର ଜଣେ ଠିକାଦାରଠାରୁ ଆଦାୟ ବଟି ଟଙ୍କା ଭାଗବଣ୍ଟାକୁ ନେଇ ଝଗଡା ପରେ ଅଲଗା ଅଲଗା ଗ୍ୟାଙ୍ଗ ଗଢ଼ିଥିଲେ ସୁଲେମାନ ଓ ହାଇଦର । ୨୦୦୫ ମସିହା ମେ ୩୧ ତାରିଖରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ଆଗରେ ସୁଲେମାନର ଭାଇ ଚୁନାକୁ ହତ୍ୟା କରିଥିଲା ହାଇଦର । ଏହାପରେ କଟକରୁ କେନ୍ଦ୍ରାପଡ଼ା, ସମ୍ୱଲପୁର ଦେଇ ରାଜ୍ୟ ବାହାରକୁ ଖସି ଯାଇଥିଲା । ପରେ ନାଗପୁରରୁ ଧରା ପଡ଼ିଥିଲା ହାଇଦର । ସେକ ଚୁନା ହତ୍ୟା ମାମଲାରେ ହାଇଦରକୁ ଆଜୀବନ ଜେଲ ହୋଇଥିଲା । ଜେଲରେ ଥାଇ ବି ଅପରାଧ ଘଟାଉଥିଲା ହାଇଦର । ୨୦୦୭ରେ ବହୁ ଚର୍ଚ୍ଚିତ ଖଣି ମାଲିକ ରଶ୍ମିରଜଂନ ମହାପାତ୍ର ଅପହରଣ ଓ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ହାଇଦର୍ । ଖଣି ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ୱର ସହିଦନଗର ଅଞ୍ଚଳରୁ ଅପହରଣ କରାଯାଇଥିଲା । ମୁଣ୍ତ ଜାମିନ ରଖି ପରିବାର ଲୋକଙ୍କୁ ମାଗିଥିଲେ ୨ କୋଟି ଟଙ୍କା । ପରିବାର ଲୋକ ୧ କୋଟି ୧୨ ଲକ୍ଷ ଟଙ୍କା ଦେବା ପରେ ବି ତାଙ୍କୁ ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ରଶ୍ମୀରଞ୍ଜନଙ୍କ ଶବକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ବି ତାକୁ ମିଳିଥିଲା ଆଜୀବନ ଜେଲ୍ ଦଣ୍ଡ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଇଦର ନାଁରେ ରହିଛି ୪୦ରୁ ଅଧିକ ଅପରାଧିକ ମାମଲା । ସେ ନିଜେ ଅପରାଧ ଦୁନିଆରେ କାୟା ବିସ୍ତାର କରିଥିବା ବେଳେ ତିନି ପୁଅଙ୍କୁ ବି ଏହି ଧନ୍ଦାରେ ମିଶାଇଥିଲା । ବଡ଼ ପୁଅ ସେକ୍ ମୁନା ୧୨ ବର୍ଷ ହେବ ଜେଲ ସଜା କାଟୁଛି । ଆଉ ଦୁଇ ପୁଅ ପୋଲିସ ରେକର୍ଡରେ ଜଣେ ଜଣେ ପଳାତକ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!