Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ସ୍ଥଳରୁ ସାଇଣ୍ଟିଫିକ ଟିମଙ୍କ ସହାୟତାରେ ୨ଟି ଗୁଳି ଜବତ

by ସଞ୍ଜୟ ସ୍ୱାଇଁ
July 25, 2021
in Crime, State
ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ସ୍ଥଳରୁ ସାଇଣ୍ଟିଫିକ ଟିମଙ୍କ ସହାୟତାରେ ୨ଟି ଗୁଳି ଜବତ
106
VIEWS
Share on FacebookShare on Twitter

ବାଲେଶ୍ୱର/କଟକ, (ବାଘୁଆବାର୍ତ୍ତା): ଆଜି ସକାଳେ ସିମୁଳିଆରେ ହାଇଦର୍‌ ଏନ୍‌କାଉଣ୍ଟର ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରିଥିଲା। ସିମୁଳିଆର ୧୬ନଂ ଜାତୀୟ ରାଜପଥ ଥାନା ଠାରୁ ପାଞ୍ଚସହ ମିଟର ଦୂର ଏହି ଟିମ୍ ଘାସ ଭିତରୁ ଖୋଜି ୨ଟି ଗୁଳି ଠାବ କରିଛି । ବାଲେଶ୍ୱର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ଓ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ୍‌ ଟିମ୍‌ଙ୍କ ସହାୟତାରେ ୨ଟି ଗୁଳି ଜବତ କରିଛନ୍ତି । ପୁଲିସ ଦେଇଥିବା ସୂଚନା ଅନୁସାରେ, ହାଇଦର୍‌କୁ ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ତାକୁ ନିଆଯାଉଥିବା ପୁଲିସ ଭ୍ୟାନ୍‌ରେ ଥିଲେ ଇନ୍‌ସ୍‌ପେକ୍ଟର ଗଙ୍ଗାଧର ଶାସେନି, ଏସ୍‌ଆଇ ଅସିତ୍‌ ଜେନାଙ୍କ ସମେତ ଏକ ସେକ୍ସନ ପୁଲିସ ଫୋର୍ସ । ଅପରାହ୍ନ ପ୍ରାୟ ୧ଟା ବେଳେ ଏସକର୍ଟ ଗାଡ଼ି ଚୌଦ୍ୱାର ଜେଲ୍‌ରୁ ହାଇଦର୍‌କୁ ଧରି ବାରିପଦା ଅଭିମୁଖେ ବାହାରିଥିଲା । ଦିନ ୩ଟା ୨୦ ମିନିଟ୍‌ ସମୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପୁଲିସ ଗାଡ଼ି ପହଞ୍ଚିବା ବେଳକୁ ପରିସ୍ରା କରିବା କଥା କହି ଗାଡ଼ି ଅଟକାଇବାକୁ ପୁଲିସ୍‌ ଟିମ୍‌କୁ କହିଥିଲା ହାଇଦର୍‌ । ପୁଲିସ୍‌ ତାକୁ ପରିସ୍ରା ଯିବାକୁ ଅନୁମତି ଦେଇଥିଲା । ତେବେ ଗାଡ଼ି ଅଟକିବା କ୍ଷଣି ସେ ତଳକୁ ଓହ୍ଲାଇବା ବେଳେ ହଠାତ୍‌ ଜଣେ ପୁଲିସ୍‌ କର୍ମଚାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ଫେରାର୍‌ ହେବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୁଲିସ ଓ ହାଇଦର୍‌ ଭିତରେ କିଛି ସମୟ ପାଇଁ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଫେରାର୍‌ ହେବା ଉଦ୍ୟମରୁ ନିବୃତ୍ତ ରହିବା ପାଇଁ ପୂରା ପୁଲିସ ଟିମ୍‌ ତାକୁ ଚେତାବନୀ ମଧ୍ୟ ଦେଇଥିଲା । ମାତ୍ର ସେ ଜବରଦସ୍ତ ବନ୍ଧୁକ ଛଡ଼ାଇ ନେବା ପରେ ପୁଲିସ ଟିମ୍‌ର ସୁରକ୍ଷା ଦୃଷ୍ଟିରୁ ସେଠାରେ ଥିବା ଏସ୍‌ଆଇ ବାଧ୍ୟ ହୋଇ ଏନ୍‌କାଉଣ୍ଟର୍‌ କରିଥିଲେ । ଏନ୍‌କାଉଣ୍ଟର୍‌ ବେଳେ ପୁଲିସ୍‌ର ୪ଟି ଗୁଳି ହାଇଦର୍‌ର ବାମ ହାତ, ଛାତିରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାକୁ ଅପରାହ୍ନ ସାଢ଼େ ୪ଟାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ହାଇଦର୍‌ର ମୃତଦେହ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨ ଘଣ୍ଟା ରହିଥିଲା । ସନ୍ଧ୍ୟା ପ୍ରାୟ ୬ଟା ୨୪ ମିନିଟ୍‌ରେ ଏଡିଏମ୍‌ଓ ମୃତ୍ୟୁଞ୍ଜୟ ମିଶ୍ର ତାକୁ ମୃତ ବୋଲି ଘୋଷଣା କରିଥିଲେ । ରବିବାର ଦିନ ତା’ର ଶବ ବ୍ୟବଚ୍ଛେଦ ହେବ । ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!