ନୟାଗଡ଼, (ବାଘୁଆବାର୍ତ୍ତା): କିଛି ନୂଆ କରିବାରେ ବିରୁଡ଼ା ଗ୍ରାମବାସୀଙ୍କ ଇଚ୍ଛାଶକ୍ତି ଥିବା ବେଳେ ଆଜିପୁଣି ଏକ ଇଚ୍ଛାଶକ୍ତି ଦେଖିବାକୁ ମିଳିଛି । ଏହି ଇଚ୍ଛାଶକ୍ତ ଯୋଗୁଁ ଗ୍ରାମର ପୋଖରୀ ଭିତରେ ଗଙ୍ଗା ମାତାଙ୍କ ମୃର୍ତ୍ତି ଦେଖିବାକୁ ମିଳିଛି । ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ବିରୁଡ଼ା ଗ୍ରାମରେ ଗଙ୍ଗା ଦେବୀଙ୍କ ମୃର୍ତ୍ତି ସ୍ଥାପନ କରାଯାଇଛି । ଗ୍ରାମବାସୀଙ୍କ ଦୃଢ ଇଚ୍ଛାଶକ୍ତି ଲାଗି ଏଭଳି କାର୍ଯ୍ୟ ହୋଇପାରିଛି । ଗ୍ରାମର ସର୍ବପୁରାତନ ପୋଖରୀ ଭିତରେ ଗଙ୍ଗା ଦେବୀଙ୍କ ମୃର୍ତ୍ତି ଦେଖିବାକୁ ମିଳିଛି । ଆଜି କୋଭିଡ୍-୧୯ କଟକଣା ନିୟମାନୁସାରେ ହୋମଯଜ୍ଞ କରାଯାଇ ମୃର୍ତ୍ତି ସ୍ଥାପନ କରଯାଇଛି । ଗ୍ରାମବାସୀଙ୍କ ମିଳିତ ଉଦ୍ୟମକୁ ପ୍ରଶଂସା କରାଯାଇଛି ।





