Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଣେଶ ପୂଜା ଗଣ୍ଡଗୋଳ, ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

by ସଞ୍ଜୟ ସ୍ୱାଇଁ
September 22, 2023
in Crime, Nayagarh, State
ଗଣେଶ ପୂଜା ଗଣ୍ଡଗୋଳ, ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ
1.5k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଜଜାଙ୍ଗୀ ସାହିରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜାରେ ମଙ୍ଗଳବାର ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟିଥିଲା । ଜଜାଙ୍ଗୀସାହି ୧୪ ୱାର୍ଡ଼ ଏବଂ ୧୬ ନମ୍ବର ୱାର୍ଡ଼ର କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ସାଂଘାତିକ ରୂପ ନେଇଥିଲା । ଏହି ଗଣ୍ଡଗୋଳରେ ଜିତୁ ସାହୁ, ଦିପକ ସେଠୀ, ପ୍ରଶାନ୍ତ ଦୋରା ଗୁରୁତର ଆହାତ ହୋଇଥିଲେ । ୩ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ରାତାରାତି ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରିଥିଲା । ଉଭୟ ମାମଲାରେ ୧୪ ନମ୍ବର ୱାର୍ଡ଼ର ଦିବ୍ୟରଞ୍ଜନ ବେହେରା, ସମୀର ଦାଶ, ଅର୍ଜ୍ଜୁନ ପରିଡ଼ା ଏବଂ ୧୬ ନମ୍ବର ୱାର୍ଡ଼ର ଚିତ୍ତରଞ୍ଜନ ପ୍ରଧାନ, ଶୁଭ୍ରକାନ୍ତ ମହାନ୍ତି, ଆଲୋକ ମଲ୍ଲିକ, ପ୍ରଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ଟାଉନଥାନା ଆଇଆଇସି ଦିଗ୍‌ବିଜୟ ବିଶ୍ୱାଳ ସୁଚନା ଦେଇଥିଲେ । ଉକ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଭୟ ପୂଜା ମଣ୍ଡପରେ ପୁଲିସ ମୃତୟନ କରାଯାଇଛି । ପୁଲିସ ସୁଚନା ମୁତାବକ ଉକ୍ତ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ୧୪ ନଂ ୱାର୍ଡର ଦୀପକ ଦାସକୁ ପୁଲିସ ଗିରଫ କରି କୋର୍ଟ ଫରୁୱାର୍ଡ କରାଯାଇଛି । ଏହା ସହିତ ଏହି ଘଟଣାରେ ଜଡିତ ଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଖୁବ ଶୀଘ୍ର ବନ୍ଧା ଯିବ ବୋଲି ଟାଉନ ଥାନା ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ୟ ପୂଜା ପାର୍ବଣରେ କିପରି କୌଣସି ଅଘଟଣ ନଘଟିବ ସେଥିପାଇଁ ଅନେକ ପ୍ରୟାସ ଯାରି ରଖିଥିଲେ । ଆଇନ କାନୁନକୁ ଯେଉଁମାନେ ମାନୁନାହାନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!