Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଏବଂ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
March 23, 2021
in Feature News
କେନ୍ଦ୍ର ବଜେଟକୁ ନବୀନଙ୍କ ପ୍ରଶଂସା
117
VIEWS
Share on FacebookShare on Twitter

ଭୁବନେଶ୍ବର,(ବାଘୁଆବାର୍ତ୍ତା): ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ  ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି,  ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା। ମହାତ୍ମା ୮ ଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ମୁଁ ଖୁସି ଯେ ବିଧାନସଭା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀକୁ ସ୍ମରଣ କରୁଛି। ମହାତ୍ମା ଗାନ୍ଧୀ ଓଡ଼ିଶାର ଅନେକ ସ୍ଥାନରେ ପଦଯାତ୍ରା କରିଥିଲେ, ଯାହାଫଳରେ ସେ ଓଡ଼ିଶାର ଲୋକଙ୍କ ହୃଦୟର ଅତି ନିକଟତର ହୋଇଥିଲେ। ତାଙ୍କର ଏହି ଗସ୍ତ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଦେବା ସହିତ ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିଥିଲା। ୧୯୨୧ ମସିହା ମାର୍ଚ୍ଚ ୨୩ରେ ମହାତ୍ମା ଯେତେବେଳେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ସେତେବେଳେ ଓଡ଼ିଶା ଏକ ସ୍ବତନ୍ତ୍ର  ପ୍ରଦେଶ ନ ଥିଲା। ୧୯୩୬ ମସିହାରେ ଲକ୍ଷ ଲକ୍ଷ ଓଡ଼ିଆ ଭାଷାଭାଷୀ ଲୋକଙ୍କର ଆକାଂକ୍ଷା ବାସ୍ତବ ରୂପ ନେଇଥିଲା। ୧୯୪୬ ଜାନୁଆରିରେ ଗାନ୍ଧୀ ଶେଷ ଥର ପାଇଁ ଓଡ଼ିଶାକୁ ଆସିଥିଲେ, ସେତେବେଳେ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବରେ ଓଡ଼ିଶା ପ୍ରାୟ ଏକ ଦଶନ୍ଧି ପୁରୁଣା ହୋଇସାରି ଥିଲା। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଏବଂ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମର ସଚିବାଳୟକୁ “ଲୋକସେବା ଭବନ” ଭାବରେ ନାମିତ କରିବା ଏହାର ଏକ ପ୍ରତୀକ ନୁହେଁ। ଏହା ଆମର ବିଶ୍ୱାସର କଥା। ବିଶ୍ୱକୁ ଗାନ୍ଧୀ ଦର୍ଶନ ଏବଂ ତାଙ୍କ ବାର୍ତ୍ତା ଭାରତର ବିଶେଷ ଅବଦାନ। ଦେଶ ଏବେ ମହାମାରୀ କରୋନାରୁ ମୁକୁଳିବାକୁ ସଂଗ୍ରାମ ଚଳାଇଛି। ତେବେ ଗାନ୍ଧୀଜୀଙ୍କ ନୀତି ଅନୁସାରେ ଯଦି ଜନସଂଖ୍ୟାର ବଡ଼ ଭାଗ ଦାରିଦ୍ର୍ୟ ତଥା ଦୁର୍ବଳତା ଭିତରେ ବସବାସ କରନ୍ତି ତେବେ ଧନ ଏବଂ ଅଭିବୃଦ୍ଧିର କୌଣସି ମୂଲ୍ୟ ନାହିଁ। ବିଶ୍ୱରେ ବିଭାଜନ ବୃଦ୍ଧି ପାଉଥିବାରୁ ମହାତ୍ମା ଗାନ୍ଧୀଙ୍କ ଅହିଂସା ଅସ୍ତ୍ର ଆଜି ପୁଣି ଜରୁରୀ ହୋଇପଡ଼ିଛି ବୋଲି ବି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!