Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାନ୍ଧୀ ଶିଳ୍ପ ବଜାରରେ ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ

by ସଞ୍ଜୟ ସ୍ୱାଇଁ
March 20, 2021
in Feature News
ଗାନ୍ଧୀ ଶିଳ୍ପ ବଜାରରେ ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ
251
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ସ୍ଥାନୀୟ ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ମାର୍ଚ୍ଚ ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ‘ଗାନ୍ଧୀ ଶିଳ୍ପ ବଜାର’ରେ ଆଉ ଦୁଇଟି ରାଜ୍ୟ ଅଂଶ ଗ୍ରହଣ କରିବା ପରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ଏଥିରେ ୬୦ଟି ହସ୍ତଶିଳ୍ପ ସାମଗ୍ରୀ ରହିଛି । ଓଡ଼ିଶାର ୩୨ଟି ହସ୍ତଶିଳ୍ପ ସ୍ଥାନିତ ହୋଇଥିବାବେଳେ ବାହାର ରାଜ୍ୟର ୨୮ଟି ରହିଛି । ଓଡ଼ିଶାର ଯେଉଁ ହସ୍ତଶିଳ୍ପଗୁଡ଼ିକ ‘ଗାନ୍ଧୀ ଶିଳ୍ପ ବଜାର’ରେ ରହିଛି ସେଗୁଡ଼ିକ ହେଲା, କାଠରେ ତିଆରି ସାମଗ୍ରୀ, ପିପିଲି ଚାନ୍ଦୁଆ, କାଗଜରେ ପ୍ରସ୍ତୁତ ସାମଗ୍ରୀ, ଧାତବଶିଳ୍ପ, କାଠ ଖୋଦେଇ, ରୂପା ତାରକସି କାମ, ଚିତ୍ରକଳା, ଶିଙ୍ଗକାମ, ଚମଡ଼ା, ଝୋଟ, ମେଟାଲ୍‌ କ୍ରାଫଫ, ହାତପି୍ରଣ୍ଟ ଟେକ୍ସଟାଇଲ୍‌, ତାଳପତ୍ର, ଅଳଙ୍କାର, ହାତର ଏମ୍ବ୍ରଡରି, ଜନଜାତି ଅଳଙ୍କାର, ଗୋଲ୍‌ଡେନ୍‌ ଗ୍ରାସ୍‌, କତାଶିଳ୍ପର ସାମଗ୍ରୀ, ଇମିଟେସନ୍‌ ଜୁଏଲାରୀ, ଶାମୁକା ତିଆରି ସାମଗ୍ରୀ, କାଠ କେ„ଇ ଓ ଖେଳଣା, ଟେରାକୋଟା, ଧୂପକାଠି, ଲାଖଚୂଡ଼ି, ସବାଇଘାସରେ ତିଆରି ସାମଗ୍ରୀ, ମ୍ୟାଟ୍‌ ଉଇଭିଙ୍ଗ୍‌, ପେଣ୍ଟିଂ, ଡୋକ୍ରା, ଟେକ୍ସଟାଇଲ୍‌, ଟାଏ ଆଣ୍ଡ ଡାଏ, ଜରିରେ ତିଆରି ସାମଗ୍ରୀ ଭଳି ୩୨ଟି ହସ୍ତଶିଳ୍ପ ପ୍ରଦର୍ଶନ ଓ ବିକ୍ରୟ ହେଉଛି । ‘ଉତ୍କଳିକା’ର ଆକର୍ଷଣୀୟ ଷ୍ଟଲରେ ଶାଢ଼ି, ବେଡ୍‌ସିଟ୍‌, ଡ୍ରେସ୍‌ମ୍ୟାଟେରିଆଲ୍‌ ଭଳି ହସ୍ତତନ୍ତ ସାମଗ୍ରୀଠାରୁ ଆରମ୍ଭ କରି ବୟନ ଓ ହସ୍ତଶିଳ୍ପ ଦର୍ଶକମାନଙ୍କୁ ବେଶ୍‌ ଆକୃଷ୍ଟ କରୁଛି । ଗାନ୍ଧୀ ଶିଳ୍ପ ବଜାରରେ କୋହ୍ଲାପୁରୀ ଚପଲ ଓ ଜୋତାର କାରିଗରୀ କଳା ପ୍ରତି ଟିକିଏ ଦୃଷ୍ଟିପାତ କଲେ କାରିଗର ହାତର କଳା ଯେ କେତେ ମହନୀୟ ଓ ଉତ୍କର୍ଷ ତାହାର ଏକ ସ୍ପଷ୍ଟ ଚିତ୍ର ସ୍ୱତଃ ଉଦ୍‌ଭାସିତ ହୋଇଉଠେ ମାନସପଟରେ । ମହାରାଷ୍ଟ୍ରର କୋହ୍ଲାପୁରରୁ ଆସିଥିବା ମହିଳା ଚମଡ଼ାଶିଳ୍ପୀ ସୀମା ରେବିରାଜ କାମ୍‌ଲେ ଯେ କି, ମାସକୁ ଚମଡା ଚପଲ ତିଆରି କରି ଅନୁ୍ୟନ ୩୦ ହଜାର ଟଙ୍କା ଆୟ କରି ତାଙ୍କ ପରିବାର ଚଳାଇଥା’ନ୍ତି । ଆଉ ବିହାରରୁ ଆସିଥିବା ମଧୁବନୀ କଳାଚାତୁରୀ କେତେ ଯେ ସୁନ୍ଦର ତାହା ବାସ୍ତବିକ ଅପୂର୍ବ ଓ ଅତୁଳନୀୟ । ଛତିଶଗଡ଼ର ଲୌହ କଳାଶିଳ୍ପ ବେଶ୍‌ ଆକର୍ଷଣୀୟ । ପୁରୀର ପିତ୍ତଳ ଶିଳ୍ପକଳାର ନିର୍ମାଣ ଶୈଳୀ ଯେତିକି ସୁନ୍ଦର କାଠଶିଳ୍ପ ତତୋଧିକ ମନୋରମ । ଓଡ଼ିଶା ରାଜ୍ୟ ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ଏହି ‘ଗାନ୍ଧୀ ଶିଳ୍ପ ବଜାର-୨୦୨୧’ ଆୟୋଜନ କରାଯାଇଛି । ଭାରତ ସରକାରଙ୍କ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ନୂଆଦିଲ୍ଲୀର ଆର୍ଥିକ ସହାୟତା ଏହି ଗାନ୍ଧୀ ଶିଳ୍ପ ବଜାର ଅନୁଷ୍ଠିତ ହେଉଛି । ଗାନ୍ଧୀ ଶିଳ୍ପ ବଜାର-୨୦୧ ପ୍ରତ୍ୟହ ଦିବା ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!