Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ସର୍ବଭାରତୀୟ ଗାନ୍ଧୀ ସାରସ୍ୱତ ସମାବେଶ’

by ସଞ୍ଜୟ ସ୍ୱାଇଁ
March 24, 2021
in Feature News
‘ସର୍ବଭାରତୀୟ ଗାନ୍ଧୀ ସାରସ୍ୱତ ସମାବେଶ’
142
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଏବଂ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଟକ ଜିଲ୍ଲା ତେଲେଙ୍ଗାପେଣ୍ଠସ୍ଥ ଗାନ୍ଧୀ ସ୍ମୃତିପୀଠରେ ଗତକାଲି ଅପରାହ@ରେ ଏକ ‘ସର୍ବଭାରତୀୟ ଗାନ୍ଧୀ ସାରସ୍ୱତ ସମାବେଶ’ ଆୟୋଜିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଶ୍ରୀ ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକୀ ନିଧିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରାହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଗାନ୍ଧୀଙ୍କ ଓଡ଼ିଶା ଆଗମନ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଭାଗ ଅଧୀନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଏବଂ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଆଜି ଓଡ଼ିଶାର ୩୦ଟି ଜିଲ୍ଲାରେ ‘ଗାନ୍ଧୀଙ୍କ ଓଡ଼ିଶା’ ଶୀର୍ଷକ ନାଟକ ପରିବେଷଣ କରାଯିବା ଏକ ଅନନ୍ୟ ପଦକ୍ଷେପ ବୋଲି କହିଥିଲେ । ଏହାପରେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରେରଣା ଦେଶାୟୀ, ମୁମ୍ବାଇ, ଶ୍ରୀ ବିଜୟ ନାୟକ, ସ୍ୱତନ୍ତ୍ର ଅଧିକାରୀ, ଓଡ଼ିଆ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ଗାନ୍ଧୀବାଦୀ ବିଦ୍ୱାନ ଶ୍ରୀ ପ୍ରହ୍ଲାଦ ସିଂହ, ଏ. ଆନ୍ନାମାଲାଇ, ନିର୍ଦ୍ଦେଶକ, ଜାତୀୟ ଗାନ୍ଧୀ ମୁ୍ୟଜିୟମ୍‌, ନୂଆଦିଲ୍ଲୀ, ଗାନ୍ଧୀବାଦୀ ବିରଜା ଦେବୀ, ବାରିପଦା, ମୟୂରଭଞ୍ଜ, ଶ୍ରୀ ନୀଳମଣି ସାମଲ, ସଭାପତି, ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତି, ଯାଜପୁର, ଡକଫର ଶକୁନ୍ତଳା ବଳିଆରସିଂହ, ସଂପାଦିକା, ଓଡ଼ିଶା ଲେଖିକା ସଂସଦ, ଭୁବନେଶ୍ୱର, ଡକଫର ଜୟନ୍ତୀ ରଥ, ପୂର୍ବତନ ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଶ୍ରୀ ରାଜିନ୍ଦର ଚୌଧୁରୀ, ଅତିରିକ୍ତ ମହାନିର୍ଦ୍ଦେଶକ, ଆଞ୍ଚଳିକ ଜନସଂପର୍କ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ, ଶ୍ରୀ ବିରୁପାକ୍ଷ ତି୍ରପାଠୀ, ସଂପାଦକ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓଡ଼ିଶା, ଶ୍ରୀମତୀ ରୀନା ରାଉତରାୟ, ଶ୍ରୀ ଅଖିଳ କୁମାର ମିଶ୍ର, ନିର୍ଦ୍ଦେଶକ, ଆଞ୍ଚଳିକ ଜନସଂପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର, ଡକଫର ଶୁଭଶ୍ରୀ ଲେଙ୍କା, କାର୍ଯ୍ୟକାରୀ ପରିଷଦ ସଦସ୍ୟ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ବାପୁଜୀଙ୍କ ଆଦର୍ଶ ଓ ଅହିଂସା ନୀତିକୁ ଆଧାର କରି ବିଭିନ୍ନ ଆଲୋଚନା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରସ୍ତୁତ ଫଟୋ ଚିତ୍ର ନିମନ୍ତ୍ରିତ ଅତିଥିମାନଙ୍କୁ ପ୍ରଦାନ କରାଯାଇଥିଲା । ୧୯୨୧ ମାର୍ଚ୍ଚ ୨୩ ତାରିଖ ଦିନ କାଠଯୋଡ଼ି ନଈବାଲିରେ ଆୟୋଜିତ ସଭାର ଫଟୋଚିତ୍ରର ଏକ ଜୀବନ୍ତ ପ୍ରଦର୍ଶନ ଶତାବ୍ଦୀ କଳାକାର, ଭୁବନେଶ୍ୱରର କଳାକାରମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ଏବଂ ଆଞ୍ଚଳିକ ଜନସଂପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ଶାଖା ଏବଂ ପତ୍ର ସୂଚନା କାର୍ଯ୍ୟାଳୟଙ୍କ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ଫଟୋ ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ପ୍ରମୋଦ କୁମାର ପତି ଏବଂ ସାଥୀଙ୍କ ଦ୍ୱାରା ଯନ୍ତ୍ରସଂଗୀତ ‘ରଘୁପତି ରାଘବ ରାଜାରାମ’ ଏବଂ କାର୍ଯ୍ୟକ୍ରମ ଶେଷରେ ‘ବୈଷ୍ଣବ ଜନ ତୋ’ ପରିବେଷଣ କରିଥିବାବେଳେ ଡକଫର ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଲେଖିକା ସଂସଦର ସଦସ୍ୟାବୃନ୍ଦ, ହେଲପ୍‌ମେଟ୍‌ ସଂସ୍ଥାର ସଂପାଦିକା ଶ୍ରୀମତୀ ନିବେଦିତା ଭଞ୍ଜ ଓ ତାଙ୍କର ସଦସ୍ୟାବୃନ୍ଦ ଏବଂ ଶିଳାଶ୍ରୀ ପତି୍ରକାର ସଂପାଦିକା ବାସନ୍ତୀ ଦାସ ଓ ତାଙ୍କର ସଦସ୍ୟାବୃନ୍ଦ ଯୋଗଦାନ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!