Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାନ୍ଧୀ ଓଡିଶା ବାଳାଶ୍ରମରେ ପିଲାମାନଙ୍କୁ ବ୍ୟାଗ୍, ବହି, ଖାତା କଲମ ଓ୍ଵାଟର ବଟେଲ, ସମସ୍ତ ପ୍ରକାରର ଖେଳ ଉପକରଣ, ଯୁଡୋ କ୍ୟାରେଟ ଉପକରଣ ଗୁଡିକ ବଣ୍ଟନ

by ସଞ୍ଜୟ ସ୍ୱାଇଁ
June 4, 2025
in State
ଗାନ୍ଧୀ ଓଡିଶା ବାଳାଶ୍ରମରେ ପିଲାମାନଙ୍କୁ ବ୍ୟାଗ୍, ବହି, ଖାତା କଲମ ଓ୍ଵାଟର ବଟେଲ, ସମସ୍ତ ପ୍ରକାରର ଖେଳ ଉପକରଣ, ଯୁଡୋ କ୍ୟାରେଟ ଉପକରଣ ଗୁଡିକ ବଣ୍ଟନ
30
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟର ଓଡ଼ିଶା ତରଫରୁ, ଏନ୍ ସି ସିର ନିର୍ଦ୍ଦେଶକ ଶ୍ରୀଯୁକ୍ତ କର୍ଣ୍ଣେଲ ସତ୍ୟବ୍ରତ ସ୍ଵାଇଁ ମହୋଦୟଙ୍କୁ ଅନୁରୋଧ କରି ଭଦ୍ରକର ଗରଦପୁର ଠାରେ ଥିବା ଗାନ୍ଧୀ ଓଡିଶା ବାଳାଶ୍ରମ ଠାରେ ରହୁଥିବା ଅନ୍ତେବାସୀ ମାନଙ୍କ ମୁହଁରେ ହସ ଫୁଟାଇବାକୁ ଓ ସାହାଯ୍ୟ ସହୋଯଗ କରିବା ପାଇଁ ଅନୁରୋଧ କରିଥିଲୁ । ମହୋଦୟ ଟ୍ରଷ୍ଟର ଅନୁରୋଧ ରକ୍ଷାକରି ଭଦ୍ରକଠାରେ ଥିବା ୭ମ ବାଟାଲିୟନ ଏନ୍ ସି ସିକୁ ସହୋଯଗ କରିବାପାଇଁ କହିଥିଲେ । ଟ୍ରଷ୍ଟ ତରଫରୁ ଓ ଏନ୍ ସି ସିର ସହ ଯୋଗିତାରେ ଭଦ୍ରକର ଗରଦପୁର ଠାରେ ଥିବା ଗାନ୍ଧୀ ଓଡିଶା ବାଳାଶ୍ରମରେ ରହୁଥିବା ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଅନ୍ତେବାସୀ ପିଲାମାନଙ୍କୁ ବ୍ୟାଗ୍ , ବହି, ଖାତା କଲମ ଓ୍ଵାଟର ବଟେଲ, ସମସ୍ତ ପ୍ରକାରର ଖେଳ ଉପକରଣ, ଯୁଡୋ କ୍ୟାରେଟ ଉପକରଣ ଗୁଡିକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନ୍ ସି ସି ର ନିର୍ଦ୍ଦେଶକ କର୍ଣ୍ଣେଲ ସତ୍ୟବ୍ରତ ସ୍ଵାଇଁ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବାବେଳେ ଭଦ୍ରକ ୭ମ (୦) ବାଟାଲିୟନ ଏନ୍ ସି ସି ସିର ଲେପ୍ଟେନାଣ୍ଟ କର୍ଣ୍ଣେଲ ଏସ୍ ରଘୁବଂଶୀ ଅତିଥି ଭାବରେ ଯୋଗଦେବା ସହିତ ଏନ୍ ସି ସିର ଅନ୍ୟାନ୍ୟ ପଦାଧିକାରୀମାନେ ପରିଚାଳନା କରିବାରେ ସହାୟତା କରିଥିଲେ । ଏନ୍ ସି ସି କ୍ୟାଡେଟ ମାନେ ବାଳାଶ୍ରମ ଓ ତାର ଆଖ ପାଖ ଅଞ୍ଚଳରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ମାନ କରିଥିଲେ । ପରିବେଶକୁ କିପରି ସ୍ଵଚ୍ଛ ଓ ନିର୍ମଳ ରଖାଯାଇ ପାରିବ ସେଥିପାଇଁ ଲୋକମାନଙ୍କୁ ଓ ଆଶ୍ରମର ରହୁଥିବା ସମସ୍ତଙ୍କୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଦେଶାତ୍ମବୋଧକ ସଙ୍ଗୀତ ଗାନ କରା ଯାଇଥିଲା । ଭଦ୍ରକ ଗରଦପୁର ଠାରେ ଥିବା ଗାନ୍ଧୀ ବାଳାଶ୍ରମର ସଭାପତି ଓ ସଂପାଦକ ଓ ସେମାନଙ୍କ ସହକର୍ମୀ ମାନଙ୍କ ସହୋଯୋଗ ବହୁତ ଉଚ୍ଚକୋଟିର ଥିଲା । ଏହା କାର୍ଯ୍ୟକ୍ରମ ଆଶ୍ରମର ପରିବେଶକୁ ଆନନ୍ଦ ମୁଖରିତ କରି ଗଡ଼ି ତୋଳି ଥିଲା । ମୁଖ୍ୟ ଅତିଥି କର୍ଣ୍ଣେଲ ସ୍ଵାଇଁ ଆଶ୍ରମର ପରିବେଶ ବୁଲି ଦେଖିବା ସହିତ ବହୁତ ଆନନ୍ଦ ଅନୁଭବ କରିଥିଲେ । ଆଗାମୀ ଦିନରେ କିପରି ପିଲାମାନଙ୍କ ପାଇଁ ଅଧିକରୁ ଅଧିକ କରାଯାଇ ପାରିବ ସେଥିପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟର ଚେୟାରମ୍ୟାନ ସୁରେନ୍ଦ୍ର କୁମାର ସ୍ବାଇଁ, ଭାଇସ-ଚେୟାରମ୍ୟାନ ମନୋରମା ଦେଇ, ମାନେଜିଙ୍ଗ ଡାଇରେକ୍ଟର ସୋମ୍ୟାରାଣୀ ମହାପାତ୍ର ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଆଶ୍ରର ସଂପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ନିଶ୍ଚିତ ସ୍ମରଣୀୟ ହୋଇ ରହିବେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!