Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାନ୍ଧୀ ଶିଳ୍ପ ବଜାର ୨୦୨୧ ଉଦ‌ଘାଟିତ

by ସଞ୍ଜୟ ସ୍ୱାଇଁ
March 15, 2021
in Feature News
ଗାନ୍ଧୀ ଶିଳ୍ପ ବଜାର ୨୦୨୧ ଉଦ‌ଘାଟିତ
138
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା); ଆଜି ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ‘ଗାନ୍ଧୀ ଶିଳ୍ପ ବଜାର-୨୦୨୧’ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ଦିଆନ କହିଲେ ଯେ ଏହି ଭଳି ମେଳା ଦ୍ୱାରା କରୋନା ଦ୍ୱାରା ପ୍ରଭାବିତ ଶିଳ୍ପୀ ଓ କାରିଗରମାନେ ସେମାନଙ୍କ ସାମଗ୍ରୀ ବିକ୍ରୟ କରି ବେଶ୍‌ ଉପକୃତ ହୋଇପାରିବେ । ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ଏହି ‘ଗାନ୍ଧୀ ଶିଳ୍ପ ବଜାର-୨୦୨୧’ ଆୟୋଜନ କରାଯାଇଛି । ଭାରତ ସରକାରଙ୍କ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ନୂଆଦିଲ୍ଲୀର ଆର୍ଥିକ ସହାୟତାରେ ଏହି ‘ଗାନ୍ଧୀ ଶିଳ୍ପ ବଜାର-୨୦୨୧’ ଅନୁଷ୍ଠିତ ହେଉଛି । ଏହି ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀ-‘ଗାନ୍ଧୀ ଶିଳ୍ପ ବଜାର-୨୦୨୧’ରେ ୧୦୦ ଜଣ ଶିଳ୍ପୀ/ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରିବେ । ଏହି ‘ଗାନ୍ଧୀ ଶିଳ୍ପ ବଜାର-୨୦୨୧’ରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଆସାମ, ଗୋଆ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବର ଅମୃତସର, ଉତ୍ତରପ୍ରଦେଶ, ପଣ୍ଡିଚେରୀ ଆଦି ୧୪ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି । ଓଡ଼ିଶାର ଡୋକ୍ରା, ପିପିଲିର ଚାନ୍ଦୁଆ କାମ, ତାରକସୀ, କାଠଶିଳ୍ପ, ଶିଙ୍ଗ ଶିଳ୍ପ, ଟସର ପେଣ୍ଟିଂ, ତାଳପତ୍ର ଖୋଦେଇ, ଜନଜାତି ଅଳଙ୍କାର, ସବାଇଘାସ ଆଦି ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ସେହିଭଳି ପଶ୍ଚିମବଙ୍ଗର ଟେରାକୋଟା, କାନ୍ଥା ସିଲେଇ, ଝାରଖଣ୍ଡର ଲୌହଶିଳ୍ପ, ଆସାମର ବାଉଁଶ ଶିଳ୍ପ, ଗୋଆର ଏମ୍ବ୍ରଡୋରୀ, ମହାରାଷ୍ଟ୍ରର କୋହ୍ଲାପୁରୀ, ମଧ୍ୟପ୍ରଦେଶର ବାଟିକ୍‌ ପି୍ରଣ୍ଟ ସାମଗ୍ରୀ, ଛତିଶଗଡ଼ର ଲୌହ ଶିଳ୍ପ, ଦିଲ୍ଲୀର ଅଳଙ୍କାର ଆଦି, ରାଜସ୍ଥାନର ଚମଡ଼ା ଦ୍ରବ୍ୟ, ଉତ୍ତରପ୍ରଦେଶର ବସ୍ତ୍ର ଇତ୍ୟାଦି ହସ୍ତଶିଳ୍ପ ସାମଗ୍ରୀ
ଦର୍ଶକମାନଙ୍କ ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ଉପଲବ୍ଧ ହେଉଛି । ଏହି ମେଳା ପ୍ରତ୍ୟେକ ଦିନ ଅପରାହ@ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ । ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସନାତନ ନାୟକ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ କୈଳାଶ ଚନ୍ଦ୍ର ସାହୁ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ସ୍ୱୟଂପ୍ରଭା ମୁଦୁଲି, ଭାରତ ସରକାରଙ୍କ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ନୂଆଦିଲ୍ଲୀର ସହକାରୀ ନିର୍ଦ୍ଦେଶିକା କୁମାରୀ ଶୈଳଜା, ଉତ୍କଳିକାର ହସ୍ତଶିଳ୍ପ ଅଧିକାରୀ ପଦ୍ମିନୀ ମିଶ୍ର, ପ୍ରୀତିଶ ବେହେରା, ଶିଳ୍ପ ବିକାଶ ଅଧିକାରୀ ରଶ୍ମିରେଖା ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!