ଭୁବନେଶ୍ୱର,(ବାଘୁଆବାର୍ତ୍ତା):ସ୍ଥାନୀୟ ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ମାର୍ଚ୍ଚ ୧୫ ତାରିଖଠାରୁ ୧୦ ଦିନ ବ୍ୟାପି ଆୟୋଜିତ ହେଉଥିବା ଗାନ୍ଧୀ ଶିଳ୍ପ ବଜାର-୨୦୨୧ ଆଜି ଉଦ୍ଯାପିତ ହୋଇଛି । ଭାରତ ସରକାରଙ୍କ ଅଧୀନସ୍ଥ ବିକାଶ ଆୟୁକ୍ତ (ହସ୍ତଶିଳ୍ପ)ଙ୍କ ଆର୍ଥିକ ସହାୟତାରେ ଓଡ଼ିଶା ହସ୍ତଶିଳ୍ପ ସମବାୟ ସମିତି ଲିଃ(ଉତ୍କଳିକା) ଦ୍ୱାରା ଆୟୋଜିତ ଗାନ୍ଧୀ ଶିଳ୍ପ ବଜାରକୁ ପ୍ରାୟ ୩ ଲକ୍ଷ ଦର୍ଶକ ପରିଦର୍ଶନ କରିବା ସହିତ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ହସ୍ତଶିଳ୍ପ ସାମଗ୍ରୀ ବିକି୍ରବଟା ହୋଇଛି । ଏହି ଶିଳ୍ପ ବଜାର ଦ୍ୱାରା ୧୦୦ରୁ ଊର୍ଦ୍ଧ୍ୱ କାର ଗି ର ଏଥିରେ ଉପକୃତ ହୋଇଛ;ି । ଭାରତର ୧୬ଟି ରାଜ୍ୟରୁ ଧାତବ ଶିଳ୍ପ , ଇମିଟେସନ୍ ଜୁଏଲାରୀ, ଶାମୁକା ତିଆରି ସାମଗ୍ରୀ, ଲାଖ ଚୂଡ଼ି, ସବାଇଘାସ ତିଆରି ସାମଗ୍ରୀ, ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କାମ, ଜନଜାତି ଅଳଙ୍କାର, କତାଶିଳ୍ପର ସାମଗ୍ରୀ, ହାତପି୍ରଣ୍ଟ, ଟେକ୍ସଟାଇଲ୍, ଶିଙ୍ଗକାମ, ଚମଡ଼ା, ଝୋଟ, ଧାନରୁ ତିଆରି ସାମଗ୍ରୀ, ରୂପା ତାରକସି, ପିପିଲି ଚାନ୍ଦୁଆ, ପେପର କାମ, ସର୍ବୋପରି ସମ୍ବଲପୁରୀ ବସ୍ତ୍ର ଇତ୍ୟାଦି ୬୦ ପ୍ରକାରର ଆକର୍ଷଣୀୟ ହସ୍ତଶିଳ୍ପ ପ୍ରଦର୍ଶନ ଓ ବିକ୍ରୟ ହୋଇପାରିଛି । କୋଭିଡ୍ କଟକଣା ନିୟମକୁ ମାନି ୧୦ ଦିନ ବ୍ୟାପି ଏହି ହସ୍ତଶିଳ୍ପ ମେଳା ଗାନ୍ଧୀ ଶିଳ୍ପ ବଜାର୨୦୨୧ ସଫଳତାର ସହିତ ଶେଷ ହୋଇଛି ।






