ନୟାଗଡ଼,(ବାଘୁଆବାର୍ତ୍ତା): ଇଟାମାଟି ଥାନା ପୁଲିସ ଆଜି ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟିର ହରସ ପୃଷ୍ଟି, କଇଥଗାଡ଼ିଆ ଗ୍ରାମର କବିରାଜ ବିଶ୍ୱାଳ ଓ ରବିନ୍ଦ୍ର କୁମାର ମଲ୍ଲିକ, ଲାଠିପଡ଼ା ଜଗତିସାହିର ପ୍ରମୋଦ କୁମାର ମହାରଣା, କୃଷ୍ଣପ୍ରସାଦର କାହ୍ନା ବେହେରା, ସିନ୍ଦୁରିଆର ଜଗା ମଲ୍କିକ । ସୂଚନାନୁସାରେ, ଲାଠିପଡ଼ା ଜଗତିସାହିଠାରେ ଏକ ଜୁଆ ଆଡ୍ଡା ଚାଲିଥିବା ପୁଲିସ ସୂଚନା ପାଇ ଚଢ଼ାଉ କରିଥିଲା । ଜୁଆ ଆଡ୍ଡାରୁ ୬ ଜଣଙ୍କୁ ଗିରଫ କରିବା ସହ ୫ଟି ମୋଟରସାଇକେଲ ଏବଂ ୩ ହଜାର ୮୭୦ ଟଙ୍କା, ତାସ ପ୍ରଭୃତି ଜବତ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।






