ଟଙ୍କା, ମୋବାଇଲ ଏବଂ ଗାଡ଼ି ଜବତ
ନୟାଗଡ଼, (ବାଘୁଆବାର୍ତ୍ତା) : ଇଟାମାଟି ପୁଲିସ ଗତକାଲି ବାଉଁଶିଆପଡ଼ା ଜୁଆଆଡ୍ଡା ଉପରେ ଚଢ଼ାଉ କରି ଦୁଇ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଏମାନେ ହେଲେ ଉକ୍ତ ଗ୍ରାମର ଗତିକୃଷ୍ଣ ବରାଡ଼ ଏବଂ ଲକ୍ଷ୍ମୀଧର ରାଉତ । ସେମାନଙ୍କଠାରୁ ପୁଲିସ ୨୨୬୦ ଟଙ୍କା, ଲୁନା ଗାଡ଼ି, ଜୁଆ ପାଲି, ୨୦ଟି ଗୋଟି, ଦୁଇଟି ମୋବାଇଲ ଫୋନ ଜବତ କରିଛି । ସୂଚନାନୁସାରେ, ଏହି ଅଂଚଳରେ ଦୀର୍ଘଦିନ ଧରି ଜୁଆଆଡ୍ଡା ଚାଲୁଥିବା ଅଭିଯୋଗ ହେଉଥିଲା । ଯାହାକୁ ନେଇ ଗତକାଲି ଇଟାମାଟି ପୁଲିସ ଚଢ଼ାଉ କରିଥିବା ବେଳେ ଗତିକୃଷ୍ଣ ଏବଂ ଲକ୍ଷ୍ମୀଧର ପୁଲିସ ହାତରେ ଧରା ପଡ଼ିଛନ୍ତି । ସେମାନଙ୍କଠାରୁ ଏସବୁ ସାମଗ୍ରୀ ଜବତ ହୋଇଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଇଟାମାଟି ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ପୁଲିସ ଚଢ଼ାଉ ସମୟରେ ଆଡ୍ଡାରେ ଥିବା ଅନ୍ୟ ତିନିଜଣ ସେଠାରୁ ଖସି ଯାଇଥିବା ଜଣାଯାଇଛି ।






