ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପୁଲିସ ଆଜି ଏକ ପୁରୁଣା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ମଗରବନ୍ଧ ସାବିଦେଇପୁର ପାହାଡ଼ ଉପରେ ଥିବା ଏହି ବହୁ ପୁରୁଣା ଆଡ୍ଡାରେ ପ୍ରତ୍ୟେକ ଦିନ ଜୁଆଖେଳ ହୁଏ । ଆଜି ପୁଲିସ ଚଢ଼ାଉ କରିବା ପରେ ଖେଳାଳିମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାଯାଇଛି । ପୁଲିସ ଜୁଆ ଆଡ୍ଡାକୁ ଭାଙ୍ଗିବା ସହ ଅସ୍ଥାୟୀ ଟେଣ୍ଡକୁ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି । ଶରଣକୁଳ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଏବଂ ଏଏସଆଇ ତୁଷାର କାନ୍ତ ନାୟକ ସଦଳବଳେ ଚଢ଼ାଉ କରିଥିବା ଜଣାଯାଇଛି ।





