Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବକଙ୍କ ଗଳାକାଟି ହତ୍ୟା

by ସଞ୍ଜୟ ସ୍ୱାଇଁ
April 30, 2025
in Crime, State
ଯୁବକଙ୍କ ଗଳାକାଟି ହତ୍ୟା
59
VIEWS
Share on FacebookShare on Twitter

ଚିକିଟି, (ବାଘୁଆବାର୍ତ୍ତା): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ଛକ ଠାରୁ ମା’ ବାଳକୁମାରୀ ମନ୍ଦିର ଯିବା ରାସ୍ତାର ଏକ ପୋଖରୀ ନିକଟରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ରାମଚନ୍ଦ୍ରପୁର ପଞ୍ଚାୟତ ରାମପୁର ଗ୍ରାମର ବଳରାମ ମହାଙ୍କୁଡ (୩୫)। ତାଙ୍କ ବାପା ବାଲ୍ମୀକି ମହାଙ୍କୁଡଙ୍କ ଅଭିଯୋଗ ପରେ କେ.ନୂଆଗାଁ ଥାନାରେ ନଂ.୧୪୭/୨୫ରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ବାଲ୍ମୀକି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଥିବା ପୋଲିସ ଧାନଘର ଅଞ୍ଚଳର ଦୁଇଜଣଙ୍କୁ ଧରିଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି। ବଳରାମଙ୍କ କାହାସହିତ ଶତ୍ରୁତା ନ ଥିବା ପରିବାର ଲୋକେ କହୁଥିବା ବେଳେ ପୋଲିସ ଘଟଣାର ଛାନଭିନ ଜାରି ରଖି ବିଭିନ୍ନ ଛକରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ପ୍ରାଥମିକ ତଦନ୍ତରୁ ବଳରାମଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ମୃତକଙ୍କ ପକେଟରୁ ମିଳିଥିବା ମୋବାଇଲ ଅପରାଧୀଙ୍କୁ ଚିହ୍ନଟ କରାଇବାରେ ସହାୟକ ହେବ। ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍ କହିଛନ୍ତି। ଖବରରୁ ଜଣାପଡିଛି, ବଳରାମ ରାଜ୍ୟ ବାହାରେ ଏକ କମ୍ପାନୀରେ କାମ କରୁଥିଲେ। ମାସେ ତଳେ ସେ ଗାଁକୁ ଫେରି ତାଙ୍କ ପିକଅପ୍ ଭ୍ୟାନ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। କିଛିଦିନ ହେଲା ସେ ଏକ ବୁଲେଟ୍ ମୋଟରସାଇକେଲ (ନଂ.ଓଡ଼ି ୦୭ ଏଭି-୫୩୫୯) କିଣିଥିଲେ। ସୋମବାର ରାତିରେ ଚିକିଟିପେଣ୍ଠ ଗ୍ରାମରେ ରହୁଥିବା ଭଉଣୀଙ୍କ ଘରକୁ ଯାଉଛି କହି ବଳରାମ ଘରୁ ବୁଲେଟ ନେଇ ଯାଇଥିଲେ। ମାତ୍ର ସକାଳେ ରାସ୍ତା କଡରୁ ତାଙ୍କ ମୃତଦେହ ମିଳିଥିଲା। ପୋଲିସ ତଦନ୍ତ ବେଳେ ଘଟଣାସ୍ଥଳରୁ ବଳରାମଙ୍କ ବୁଲେଟ ଓ ମୋବାଇଲ ଫୋନ ଜବତ କରିଛି। ଚିକିଟି ଏସ୍ଡିପିଓ ବିଶ୍ୱାମିତ୍ର ହରପାଲ, କେ.ନୂଆଗାଁ ଆଇଆଇସି କିଶୋର ସାମଲ, ଚିକିଟି ଫାଣ୍ଡି ଅଧିକାରୀ ରଞ୍ଜିତ ମହାପାତ୍ର ପହଞ୍ଚତ୍ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!