Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟଳମଳ ହେଲାଣି ଗଜପତି ରାଜପ୍ରସାଦ

by ସଞ୍ଜୟ ସ୍ୱାଇଁ
July 5, 2021
in Literature, State
ଟଳମଳ ହେଲାଣି ଗଜପତି ରାଜପ୍ରସାଦ
248
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ରାଜପରିବାରର ନଜର ନାହିଁ। ରାଜ୍ୟ ସରକାରଙ୍କର ବି ଧ୍ୟାନ ନାହିଁ। ଏ ପରିସ୍ଥିତିରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ମୂଳଦୂଆ ପଡ଼ିଥିବା ଗଜପତି ପାରଳାଖେମୁଣ୍ଡିରେ ଥିବା ରାଜପ୍ରାସାଦ ତାର ଚମକ ହରାଇବାରେ ଲାଗିଲାଣି। ସଂରକ୍ଷଣ ଅଭାବରୁ ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଛି। ନିର୍ମାଣ ଓ ଅବସ୍ଥିତି ଦୃଷ୍ଟିରୁ ଏ ରାଜପ୍ରାସାଦ ବେଶ ଚମତ୍କାର। ଗଙ୍ଗବଂଶଜ ତଥା ଗଜପତିର ଶାସକ ଏଠାରେ ସ୍ଥାୟୀ ଆବାସ ନିର୍ମଣ ପାଇଁ ୧୮୩୫ରେ ସ୍ଥିର କରିଥିଲେ। ସେତେବେଳର ରାଜା ଗଜପତି ନାରାୟଣ ଦେବ-୩ ନାବାଳକ ଥିବାରୁ, ମନ୍ତ୍ରୀ ପରିଷଦ ତତ୍ତ୍ଵାବଧାନରେ ଏହି ରାଜପ୍ରାସାଦର ଭିତ୍ତିପ୍ରସ୍ଥର ସ୍ଥ।ପନ ହୋଇଥିଲା। ୧୮୪୩ରେ ରାଜପ୍ରାସାଦାର ନିର୍ମାଣ ଶେଷ ହୋଇଥିଲା। ଏହି ରାଜପ୍ରାସାଦ ଇଂଲଣ୍ଡର ବଙ୍କିଙ୍ଗହାମ୍ ପ୍ୟାଲେସ ଶୈଳୀରେ ନିର୍ମାଣ ହୋଇଥିଲା। ବ୍ରିଟିଶ ଇଞ୍ଜିନିୟର ରବର୍ଟ ଫେଲୋଏସ ଚିସୋଲମଙ୍କ ଡିଜାଇନ ଓ ତତ୍ତ୍ଵାବଧାନରେ ହେଇ ବିରାଟ ରାଜପ୍ରାସାଦ ନିର୍ମାଣ ହଇଥିଲା ବୋଲି ଐତିହାସିକଙ୍କ ମତ। ଏହି ରାଜପ୍ରାସାଦରେ ଶହେଟି କୋଠରୀ ରହିଛି। ଏଥିରେ ସ୍ଵତନ୍ତ୍ର ଭାବେ ନିର୍ମିତ ଇଟା, ଚୂନପଥର, ଗ୍ରାନାଇଟ୍ ଖୁମ୍ବ, ବର୍ମାର ଶାଗୁଆନ୍ ବିମ୍ ବିଦେଶରୁ ଆମଦାନି ହୋଇଥିବା କାଚ ଝରକା ଓ କଳାକୃତିରେ ଭର୍ତ୍ତି ଲୁହା ଗ୍ରିଲ୍ ଲାଗିଥିଲା। ଆହୁରି ଅନେକ ବିରଳ ନିର୍ମାଣ ସାମଗ୍ରୀ ଏଥିରେ ବ୍ୟବହାର କରାଯାଇଥିଲା। ଏହି ଦୁଇ ମହଲା କୋଠାରେ ଲମ୍ବା ଲମ୍ବା ୨ଟି ଅଳିନ୍ଦ ରହିଛି। ଏହି ରାଜପ୍ରାସାଦର ସ୍ଵତନ୍ତ୍ରତା ହେଉଛି, ଯଦି ଜଣେ ପ୍ରାସାଦର ଠିକ ମଝିରେ ଠିଆହେବେ ତେବେ ଉଭୟ ପାର୍ଶ୍ଵ ଏକାଭଳି ଦେଖାଯିବ। ଯେମିତି କୌଣସି ବସ୍ତୁକୁ ଦର୍ପଣରେ ଦେଖିବା ଭଳି। କାନ୍ଥର ମୋଟେଇ ୩୬ ଇଞ୍ଚ। ଏହା ଖରାଦିନେ ଥଣ୍ଡା ରହିବା ସହ ଶୀତଦିନେ ପ୍ରାସାଦ ଭିତର ଗରମ ରୁହେ। ଏହା ସହିତ ବିଜୁଳୀ ଘଡ଼ଘଡ଼ିର ବି ଭୟ ନାହିଁ। ରାଜପ୍ରାସାଦ ନିର୍ମାଣରେ ଗଞ୍ଜାମ ଓ ପୁରୀର କାରିଗର ଓ ଶ୍ରମିକ ନିୟୋଜିତ ହୋଇଥିଲେ। ପଥର ଓ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନୀୟ ମାଳତୀ ପାହାଡ଼ କିମ୍ବା ବୋୟାକଣ୍ଡାରୁ ଅଣାଯାଇଥିଲା। ଗଜପତି ପରିବାରର ଅନେକ ପିଢ଼ି ଏହି ରାଜପ୍ରାସାଦରେ ରହିଛନ୍ତି। ଓଡ଼ିଶା ପୁନର୍ଗଠନର ଅନ୍ୟତମ ବିନ୍ଧାଣୀ ତଥା ସ୍ଵତନ୍ତ୍ର ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମଧ୍ୟ ଏହି ରାଜପ୍ରାସାଦରେ ରହୁଥିଲେ। ଶେଷ ଗଜପତି ଗୋପୀନାଥଙ୍କର ଗତବର୍ଷ ମୃତ୍ୟୁ ହେବା ପରେ ଏହି ରାଜପ୍ରାସାଦ ଅବ୍ୟବହୃତ ଓ ଅଯତ୍ନରେ ପଡ଼ିରହିଛି। ତାଙ୍କ ଝିଅ କଲ୍ୟାଣୀ ଦେବୀ ମଧ୍ୟ ଏଠାରେ ନ ରହି ସ୍ଥାନୀଯ ପୁରୁଣାପାଟଣାରେ ରହୁଛନ୍ତି। ରାଜପ୍ରାସାଦର ଦେଖାଶୁଣା କରିବାକୁ କେହି ନ ଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରାସାଦର ରକ୍ଷଣାବେକ୍ଷଣା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!