Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ କୋଟିପତି ଆଇଆଇସି

by ସଞ୍ଜୟ ସ୍ୱାଇଁ
May 23, 2023
in Crime, State
ଭିଜିଲାନ୍ସ ପଞ୍ଝାରେ ଆଇଆଇସି, ଚାଲିଛି ତନାଘନା, ଅଫିସ, ବାସଗୃହରୁ ମିଳିଲା ସୁନା ଓ ଟଙ୍କା
417
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ଗିରଫ ହୋଇଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ଠାରୁ ୧୭୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୋମବାର ଆଇଆଇସି ବୀରବର ଭଗତଙ୍କର ଚାରୋଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ନାଁରେ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ଅନେକ ସ୍ଥାବର ଓ ଅସ୍ଥାବର ସଂପତ୍ତି ସାମ୍ନାକୁ ଆସିଥିଲା। ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଙ୍ଗୁଳିପଡ଼ାରେ ବୀରବର ଭଗତଙ୍କର ଗୋଟିଏ ଦ୍ୱିମହଲା କୋଠା ଅଛି। ଏହାର ମୂଲ୍ୟ ୭୭ ଲକ୍ଷ ଟଙ୍କା। ସମ୍ବଲପୁରର କବରପଲି ମୌଜାରେ ତାଙ୍କର ଗୋଟିଏ ଫାର୍ମ ହାଉସ ରହିଛି। ଏହି ଫାର୍ମ ହାଉସର ମୂଲ୍ୟ ୨୧ ଲକ୍ଷ ଟଙ୍କା। ସମ୍ବଲପୁର ସହର, ବଣେଇ ଓ ସୁନ୍ଦରଗଡ଼ରେ ବୀରବରଙ୍କର ଅନେକ ଜମି ରହିଛି। ଏହି ସବୁ ଜମିର ମୂଲ୍ୟ ୧.୧୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବ୍ୟାଙ୍କ ଓ ବୀମା ଜମା ବାବଦକୁ ତାଙ୍କର ୧୬.୬୮ ଲକ୍ଷ ଟଙ୍କା ଅଛି। ତାଙ୍କ ଠାରୁ ୧୬୬ ଗ୍ରାମ ସୁନାଗହଣା ଓ ନଗଦ ୭୯ ହଜାର ୪୬୦ ଟଙ୍କା ଜବତ କରାଯାଇଛି। ତାଙ୍କର ଦୁଇଟି ଚାରି ଚକିଆ ଗାଡ଼ି ରହିଛି, ଯାହାର ମୂଲ୍ୟ ୧୩ ଲକ୍ଷ ୬୫ ହଜାର ଟଙ୍କା। ସେହିପରି ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଓ ଘରକରଣା ଜିନିଷର ମୂଲ୍ୟ ୯.୪୧ ଲକ୍ଷ ଟଙ୍କା ହିସାବ କରାଯାଇଛି। ଗିରଫ ପରେ ବୀରବରଙ୍କୁ ଭିଜିଲାନ୍ସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!