ଭୁବନେଶ୍ୱର,(ବାଘୁଆବାର୍ତ୍ତା); ଅନଲାଇନରେ କିଣାବିକା କରୁଛନ୍ତି କି? ଯଦି କରୁଛନ୍ତି, ତେବେ ସାବଧାନ । କାରଣ, ଆପଣଙ୍କର ଟିକିଏ ଅସାବଧାନତା, ହୁଏତ ଆପଣଙ୍କ ବ୍ୟାଙ୍କ ଖାତାରୁ ସବୁ ଟଙ୍କା ଖାଲି କରିଦେବ । ଅନଲାଇନରେ ଗାଈ ବିକ୍ରି କରିବାକୁ ଯାଇ, ଏଭଳି କିଛି ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଯୁବକ ଦେବାଶିଷ ସାହୁ । ଅନଲାଇନରେ ଗାଈ ବିକ୍ରି କରିବାକୁ ବିଜ୍ଞାପନ ଦେଇ ଏକ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଯାଇଛନ୍ତି ଏହି ଯୁବକ । ଗାଈର ମୂଲ୍ୟ ୨୦ ହଜାର ଟଙ୍କା ସ୍ଥିର ହୋଇଥିବା ବେଳେ ସାଇବର ଠକ ତାଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି । କ୍ୟୁ-ଆର କୋଡ୍ ସ୍କାନ ଆଳରେ ୫ଟି ପର୍ଯ୍ୟାୟରେ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ଠକ ।






