ମୁମ୍ବାଇ, (ବାଘୁଆବାର୍ତ୍ତା): ଦୀର୍ଘ ୨୦ ବର୍ଷ ପରେ ପୁଣି ପରଦାରେ ଦେଖିବାକୁ ମିଳିବ ‘ଗଦର-୨’। ଏହି ଫିଲ୍ମରେ ପୁଣି ସନ୍ନି ଦେଓଲ ଓ ଅମିଷା ପଟଲେ ନଜର ଆସିବେ। ଫିଲ୍ମ ର ସୁଟିଂ ଆରମ୍ଭ ହୋଇଯାଇଛି। ସୁଟିଂ ସଟରେ ଆଜି ସନ୍ନି ଓ ଅମୀଷାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମେ ‘ଗଦର’ ଏକ ପ୍ରେମ କଥା ସିନେମା ୧୯୪୭ ମସିହା ଭାରତ-ପାକ୍ତିସାନ ବିଭାଜନ ସମୟର ସକିନା ଅମୀଷା ଓ ତାରା ସନ୍ନି ଙ୍କ ପ୍ରେମ କାହାଣିକୁ ନେଇ ନର୍ମିତ ହୋଇଥିଲା। ଏହି ଚଳଚ୍ଚିତ୍ର ଏତେ ହିଟ୍ ହୋଇଥିଲା ବକ୍ସ ଅଫିସ ରେକର୍ଡ ଭାଙ୍ଗି ଭାରତର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟିଥିଲା। ଏହି ଫିଲ୍ମିଂର ସେକେଣ୍ଡ ପାର୍ଟ ନିର୍ମାଣ କରାଯିବ ବୋଲି ଅକ୍ଟୋବର ମାସରେ ଶୁଣିବାକୁ ମିଳିଥିଲା । ହେଲେ ବୁଧବାର ଏହି ଫିଲ୍ମିଂର ସୁଟିଂ ଆରମ୍ଭ ହୋଇଯାଇଛି।ଏହି ମହୁରତର ଫଟୋ ସୋସିଆଲ ମିଡିଆରେ ଅମିଷା ପଟେଲ ଛାଡିଛନ୍ତି।