Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଜି୭’ଙ୍କୁ ସତର୍କ କରାଇଲା ଚୀନ୍‌

by ସଞ୍ଜୟ ସ୍ୱାଇଁ
June 13, 2021
in Feature News
‘ଜି୭’ଙ୍କୁ ସତର୍କ କରାଇଲା ଚୀନ୍‌
255
VIEWS
Share on FacebookShare on Twitter

ଇଂଲଣ୍ଡ,(ବାଘୁଆବାର୍ତ୍ତା) : ଦୁନିଆର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ରାଷ୍ଟ୍ରମାନଙ୍କ ‘କ୍ଷୁଦ୍ର ସଙ୍ଗଠନ’ର ଯୁଗ ବହୁଦିନରୁ ବିଲୋପ ହେଲାଣି ବୋଲି ‘ଗ୍ରୁପ୍‌ ଅଫ୍ ସେଭେନ୍‌’ ନେତାମାନଙ୍କୁ ପରୋକ୍ଷ ଭାବେ ସତର୍କ କରାଇ ରବିବାର ଦିନ ଚୀନ୍‌ କହିଛି। ବେଜିଙ୍ଗ୍ ବିପକ୍ଷରେ ସମ୍ମିଳିତ ହୋଇଥିବା ବିଶ୍ବର ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କୁ ସମାଲୋଚନା କରି ଚୀନ୍‌ ଏଭଳି ମନ୍ତବ୍ୟ ଦେଇଛି। ଲଣ୍ଡନ୍‌ସ୍ଥିତ ଚୀନା ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି, ରାଷ୍ଟ୍ରସମୂହଙ୍କ କ୍ଷୁଦ୍ର ସଙ୍ଗଠନ ନିର୍ଦ୍ଧାରଣ କରୁଥିବା ବୈଶ୍ବିକ ନିଷ୍ପତ୍ତିର ଯୁଗ କେବେଠୁ ଗଲାଣି। ଛୋଟ ହେଉ କି, ବଡ଼, ଶକ୍ତିଶାଳୀ ହେଉ କି, ଦୁର୍ବଳ, ଗରିବ ହେଉ କି, ଧନୀ ସବୁ ଦେଶ ସମାନ ବୋଲି ଆମେ ବିବେଚନା କରୁ। ତେଣୁ, ସବୁ ଦେଶମାନଙ୍କର ପରାମର୍ଶ ନିଆଯାଇ ବୈଶ୍ବିକ ବ୍ୟାପାର ପରିଚାଳନା କରାଯିବା ଉଚିତ। ସୂଚନାଯୋଗ୍ୟ, ଶୀତଳ ଯୁଦ୍ଧର ଅବସାନ ଘଟାଇ ୧୯୯୧ରେ ସୋଭିଏତ୍‌ ସଂଘର ପତ୍ତନ ପରେ ଆନ୍ତର୍ଜାତିକ ସମ୍ପର୍କ କ୍ଷେତ୍ରରେ ବିଶ୍ବର ଅଗ୍ରଣୀ କ୍ଷମତା ଭାବେ ଚୀନ୍ର ପୁନଃଉତ୍ଥାନ ହେଉଛି ସାମ୍ପ୍ରତିକ ସମୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଘଟଣା।ବିଗତ ୪୦ ବର୍ଷ ହେବ ଚୀନ୍‌ର ଆଖିଦୃଶିଆ ଆର୍ଥିକ ଓ ସାମରିକ ଉତ୍ଥାନ ପରେ ରାଷ୍ଟ୍ରପତି ଚି ଜିନ୍‌ପିଙ୍ଗ୍‌ଙ୍କ ବର୍ଦ୍ଧିଷ୍ଣୁ ଦାମ୍ଭିକ ଆଚରଣର ମୁକାବିଲା ପାଇଁ ଦକ୍ଷିଣପଶ୍ଚିମ ଇଂଲଣ୍ଡରେ ସମ୍ମିଳନୀ କରୁଥିବା ‘ଜି୭’ର ନେତାମାନେ ଉପଯୁକ୍ତ ପ୍ରତିପକ୍ଷ ତଲାସରେ ଅଛନ୍ତି। ବିଶ୍ବର ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ରମାନେ ଚୀନ୍‌ର ବର୍ଦ୍ଧିଷ୍ଣୁ ପ୍ରଭାବର ବିକଳ୍ପ ‌ବ୍ୟବସ୍ଥା କରିପାରିବେ ବୋଲି ଇଂଲଣ୍ଡ୍‌ର ସମୁଦ୍ରତଟ ରିସର୍ଟ କାର୍ବିସ୍ ବେ’ରେ ଏକତ୍ର ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ବ୍ରିଟେନ୍‌, ଜର୍ମାନି, ଇଟାଲି, ଫ୍ରାନ୍‌ସ୍‌ ଏବଂ ଜାପାନର ନେତାମାନେ ବିଶ୍ବକୁ ଜଣାଇ ଦେବାକୁ ଚାହୁଁଛନ୍ତି। ଶନିବାର ଦିନ ‘ଜି୭’ରେ ଚୀନ୍ ଉପରେ ହୋଇଥିବା ଆଲୋଚନାର ନେତୃତ୍ବ ନେଇଥିଲେ କାନଡୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ। ଚୀନ୍‌ର ଆହ୍ବାନକୁ ମୁକାବିଲା କରିବା ଲାଗି ସମ୍ମିଳିତ ଆଭିମୁଖ୍ୟ ନେଇ ଅଗ୍ରସର ହେବା ଉଚିତ ବୋଲି ସେ କହିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!