ଲକ୍ଷ୍ନୌ (ବାଘୁଆବାର୍ତ୍ତା): ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ୟ୍ୟ କରିଦେଇଛି । ପ୍ରକୃତରେ ଜଣେ କରୋନା ସଂକ୍ରମିତଙ୍କ ଶରୀରରେ ତିନୋଟି ଅର୍ଥାତ ହ୍ୱାଇଟ, ବ୍ଲାକ୍ ଏବଂ ୟେଲୋ ଫଙ୍ଗସ୍ ଦେଖିବାକୁ ମିଳିଛି । ଡାକ୍ତରମାନେ ୩ ଘଣ୍ଟାର ଅପରେସନ ପରେ ରୋଗୀଙ୍କୁ ଆରୋଗ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫୈଜାବାଦର ବାସିନ୍ଦା ସରସ୍ୱତୀ ଯାଦବ ମାସେ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଚିକିତ୍ସା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ସୁସ୍ଥ ହେବା ପରେ ତାଙ୍କ ମୁହଁ ଭାରି ଭାରି ଲାଗୁଥିଲା । ଫଳରେ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ପରୀକ୍ଷା କରିବା ସମୟରେ ଡାକ୍ତରମାନେ କହିଥିଲେ ଯେ, ଫଙ୍ଗସ୍ ହୋଇଛି । ଏହାପରେ ଡାକ୍ତରମାନେ ଏହାକୁ ପରୀକ୍ଷା କରିଥିଲେ । ପରୀକ୍ଷା ପରେ ଜଣାପଡିଥିଲା ଯେ, ରୋଗୀଙ୍କର ତିନୋଟି ଫଙ୍ଗସ୍ ଯଥା ହ୍ୱାଇଟ, ବ୍ଲାକ୍ ଏବଂ ୟେଲୋ ଫଙ୍ଗସ୍ ହୋଇଛି । ଏହାପରେ ଡାକ୍ତରମାନେ ତାର ଚିକିତ୍ସା ଆରମ୍ଭ କରିଥିଲେ । ଘଣ୍ଟା ଘଣ୍ଟା ଧରି ଅପରେସନ କରିବା ପରେ ଡାକ୍ତରମାନେ ରୋଗୀଙ୍କୁ ଆରୋଗ୍ୟ କରିଥିଲେ ।






