Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତୈଳଦର ଅଣାୟତ, କେନ୍ଦ୍ର ସରକାର ନୀରବଦ୍ରଷ୍ଟା : ବିଜେଡି

by ସଞ୍ଜୟ ସ୍ୱାଇଁ
September 10, 2018
in Video
38
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁରୋ): ଦେଶରେ ପେଟ୍ରୋଲ ଓ ଡଜେଲ ଦର ବୃଦ୍ଧି ଅଣାୟତ୍ତ ହୋଇପଡିଛି । ଏହା ଗ୍ରାହକଙ୍କ ପକେଟ୍ ଉପରେ ବଡ ଧରଣର ପ୍ରଭାବ ପକାଇଛି । ଏଭଳି ଅହେତୁକ ଦରବୃଦ୍ଧି ଯୋଗୁଁ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ଆଜି ଡିଜେଲର ଲିଟର ପିଛା ଦର ୭୩.୨୬ ଟଙ୍କାରେ ପହଞ୍ଚିଥିବା ବେଳେ ପେଟ୍ରୋଲର ଲିଟର ପିଛା ଦର ୭୫.୯୮ ଟଙ୍କାରେ ପହଞ୍ଚିଛି । ଫଳରେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ପଡିଛି । ବାରମ୍ବାର ତୈଳଦର ବୃଦ୍ଧି ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି ।

୨୦୧୪ ମସିହାରେ କେନ୍ଦ୍ରରେ ଏନ୍ଡିଏ ସରକାର ଶାସନ ଭାର ଗ୍ରହଣ କଲାବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳଦର ଆଶାତୀତ ଭାବେ କମୁଥିଲା । ସେତେବେଳେ ଆଶା କରାଯାଉଥିଲା ଯେ, ଏହି ସ୍ଥିତିର ଫାଇଦା ସାଧାରଣ ଖାଉଟିଙ୍କ ପାଖରେ ପହଞ୍ଚିବ କିନ୍ତୁ ଏହା ହେଲା ନାହିଁ । ଓଲଟି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରି ଲୋକମାନଙ୍କୁ ନ୍ୟାର୍ଯ୍ୟ ସୁବିଧାରୁ ବଞ୍ଚିତ କଲେ । ଏହି ଜନତା ଶୋଷଣ ମାନସିକତା ଏବେ
ମଧ୍ୟ ବଳବତ୍ତର ରହିଛି ଏବଂ ସାଧାରଣ ଲୋକଙ୍କ ତଣ୍ଟି ଚିପି କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଆୟର ପ୍ରମୁଖ ଉତ୍ସ ଭାବେ ବ୍ୟବହାର କରୁଛନ୍ତି । ଏହା ଅର୍ଥନୈତିକ ଦୂରଦୃଷ୍ଟିହୀନତାର ପରିଚାୟକ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ଜୁଲାଇ ୧୦ରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପ୍ରତି ଲିଟର ପେଟ୍ରୋଲ ଉପରେ ୯ଟଙ୍କା ୨୦ ପଇସା ଥିଲା । ଏହା ୨୦୧୮ ଫେବୃୟାରୀ ୨ରେ ୧୧୦ ପ୍ରତିଶତ ପହଞ୍ଚିଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଟିକସ ଜାଲରେ ଫସାଇ ହନ୍ତସନ୍ତ କରାଉଛନ୍ତି । ପେଟ୍ରୋଲ ଦର ୨୦୧୬ ମାର୍ଚ୍ଚ ୧ରେ ଲିଟର ପିଛା ୫୬ ଟଙ୍କା ୬୧ ପଇସା ଥିବା ବେଳେ ତାହା ୧୯ ଟଙ୍କା ୩୭ ପଇସା ବୃଦ୍ଧି ପାଇ ଆଜିର ଦିନରେ ୭୫.୯୮ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୨୦୧୬ ମାର୍ଚ୍ଚ ୧ରେ ଲିଟର ପିଛା ୪୬ ଟଙ୍କା ୪୩ ପଇସା ଥିବା ବେଳେ ଏହା ୨୬ ଟଙ୍କା ୮୩ ପଇସା
ବୃଦ୍ଧି ପାଇ ୭୩ ଟଙ୍କା ୨୬ ପଇସାରେ ପହଞ୍ଚିଛି । ଦରବୃଦ୍ଧି ପଛରେ ବିଶେଷ କୌଣସି ଯୁକ୍ତି ନାହିଁ ଏବଂ କେନ୍ଦ୍ର ସରକାର ଏହି କ୍ଷେତ୍ରରୁ ଅତ୍ୟଧିକ ରାଜସ୍ୱ ଆଦାୟ କରିବା ଲକ୍ଷ୍ୟ ହିଁ ଏହାର ମୂଳ କାରଣ ।

୨୦୧୫ ଜୁଲାଇ ୩୧ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୪୯.୬୪ ଡଲାର ଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୬୪.୪୭ ଟଙ୍କା ଓ ୪୬.୧୨ ଟଙ୍କା ଥିଲା । ସେହିପରି ୨୦୧୬ ଜାନୁଆରୀ ୧୯ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୨୮.୮୪ ଡଲାରକୁ ଖସିଯାଇଥିଲା, କିନ୍ତୁ ଏହି ଦର ହ୍ରାସର ସୁଫଳରୁ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ବଞ୍ଚିତ କରିଥିଲେ । ଆନୁପାତିକ ଭାବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଲା ନାହିଁ । ୨୦୧୬ ଜାନୁଆରୀ ୧୯ରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ୫୯.୯୯ ଟଙ୍କା ଓ ୪୪.୭୧ ଟଙ୍କା ରହିଥିଲା । ଆଜି ପେଟ୍ରୋଲ ଦର ୭୫.୯୮ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୩.୨୬ ଟଙ୍କାରେ ପହଞ୍ଚିଛି । ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି, ସେତେବେଳେ କେନ୍ଦ୍ର ସରକାର
ଉତ୍ପାଦ ଶୁଳ୍କକୁ କମାଇବା ପରିବର୍ତ୍ତେ ୯ଥର ବୃଦ୍ଧି କରିଛନ୍ତି । ଖାଉଟିଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଏହି ଅପରିଣାମଦର୍ଶୀ ପଦକ୍ଷେପ ନୁହେଁକି?

କେନ୍ଦ୍ର ସରକାର ନିଜେ ଉତ୍ପାଦ ଶୁଳ୍କ ବଢାଇ ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲଟିଥିବା ବେଳେ ଓଲଟି ରାଜ୍ୟ ସରକାରଙ୍କୁ ଭାଟ୍ ହ୍ରା ସ ପାଇ ଁ ପରାମଶ ର୍ ଦେଉଛନ୍ତି । ଓଡ଼ଶି ।ରେ ତେଳ÷ ଉପରେ ଭାଟ୍ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି । ୨୦୧୮ ମାର୍ଚ୍ଚରୁ ମହାରାଷ୍ଟ୍ରର ବିଜେପି ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତ ଭାଟ୍ ସହିତ ଲିଟର ପିଛା ୯ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି । ଆସାମର ବିଜେପି ସରକାର ପେଟ୍ରୋଲ ଉପରେ ଭାଟ୍ ୩୨.୬୬ ପ୍ରତିଶତ ଆଦାୟ କରୁଥିବା ବେଳେ ରାଜସ୍ଥାନର ବିଜେପି ସରକାର ୩୦ ପ୍ରତିଶତ ଭାଟ୍ ସହିତ ପ୍ରତି ୧୦୦୦ ଲିଟର ପିଛା ୧୫୦୦ ଟଙ୍କା ରାସ୍ତା ଉନ୍ନତିକରଣ ସେସ୍ ନେଉଛନ୍ତି । ସେହି ତଳୁ ନାରେ ଓଡିଶ଼ ।ରେ ୨୬ ପତ୍ର ଶି ତ ଭାଟ୍ ଆଦାୟ କରାଯାଉଥିବା ବେଳେ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଉନାହିଁ । ଯାହା ଅନ୍ୟମାନଙ୍କ ତୁଳନାରେ କମ୍ । ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ ମତ ନରଖି ବରଂ ଲୋକମାନଙ୍କୁ ବିଭ୍ରାନ୍ତ କରିଚାଲିଛନ୍ତି । ନିଜ ଅପାରଗତାକୁ ଲୁଚାଇବାକୁ ବିଭିନ୍ନ ବାହାନା ନେଉଛନ୍ତି । ଏଭଳି ଛଳନା ଓ ଲୋକମାନଙ୍କ ସ୍ୱାର୍ଥ ସହ ଲେଖକୁ ଆଉ ବିଜେଡି ବରଦାସ୍ତ କରିବ ନାହିଁ ଓ ବିଜେଡି ତୈଳଦରର ଯୁକ୍ତିସଙ୍ଗତ ତଥା ଖାଉଟି ସ୍ୱାର୍ଥ ଅନୁକୂଳ ଦର ଲାଗୁ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!