ଭୁବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁରୋ): ଦେଶରେ ପେଟ୍ରୋଲ ଓ ଡଜେଲ ଦର ବୃଦ୍ଧି ଅଣାୟତ୍ତ ହୋଇପଡିଛି । ଏହା ଗ୍ରାହକଙ୍କ ପକେଟ୍ ଉପରେ ବଡ ଧରଣର ପ୍ରଭାବ ପକାଇଛି । ଏଭଳି ଅହେତୁକ ଦରବୃଦ୍ଧି ଯୋଗୁଁ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ଆଜି ଡିଜେଲର ଲିଟର ପିଛା ଦର ୭୩.୨୬ ଟଙ୍କାରେ ପହଞ୍ଚିଥିବା ବେଳେ ପେଟ୍ରୋଲର ଲିଟର ପିଛା ଦର ୭୫.୯୮ ଟଙ୍କାରେ ପହଞ୍ଚିଛି । ଫଳରେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ପଡିଛି । ବାରମ୍ବାର ତୈଳଦର ବୃଦ୍ଧି ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି ।
୨୦୧୪ ମସିହାରେ କେନ୍ଦ୍ରରେ ଏନ୍ଡିଏ ସରକାର ଶାସନ ଭାର ଗ୍ରହଣ କଲାବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳଦର ଆଶାତୀତ ଭାବେ କମୁଥିଲା । ସେତେବେଳେ ଆଶା କରାଯାଉଥିଲା ଯେ, ଏହି ସ୍ଥିତିର ଫାଇଦା ସାଧାରଣ ଖାଉଟିଙ୍କ ପାଖରେ ପହଞ୍ଚିବ କିନ୍ତୁ ଏହା ହେଲା ନାହିଁ । ଓଲଟି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରି ଲୋକମାନଙ୍କୁ ନ୍ୟାର୍ଯ୍ୟ ସୁବିଧାରୁ ବଞ୍ଚିତ କଲେ । ଏହି ଜନତା ଶୋଷଣ ମାନସିକତା ଏବେ
ମଧ୍ୟ ବଳବତ୍ତର ରହିଛି ଏବଂ ସାଧାରଣ ଲୋକଙ୍କ ତଣ୍ଟି ଚିପି କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଆୟର ପ୍ରମୁଖ ଉତ୍ସ ଭାବେ ବ୍ୟବହାର କରୁଛନ୍ତି । ଏହା ଅର୍ଥନୈତିକ ଦୂରଦୃଷ୍ଟିହୀନତାର ପରିଚାୟକ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ଜୁଲାଇ ୧୦ରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପ୍ରତି ଲିଟର ପେଟ୍ରୋଲ ଉପରେ ୯ଟଙ୍କା ୨୦ ପଇସା ଥିଲା । ଏହା ୨୦୧୮ ଫେବୃୟାରୀ ୨ରେ ୧୧୦ ପ୍ରତିଶତ ପହଞ୍ଚିଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଟିକସ ଜାଲରେ ଫସାଇ ହନ୍ତସନ୍ତ କରାଉଛନ୍ତି । ପେଟ୍ରୋଲ ଦର ୨୦୧୬ ମାର୍ଚ୍ଚ ୧ରେ ଲିଟର ପିଛା ୫୬ ଟଙ୍କା ୬୧ ପଇସା ଥିବା ବେଳେ ତାହା ୧୯ ଟଙ୍କା ୩୭ ପଇସା ବୃଦ୍ଧି ପାଇ ଆଜିର ଦିନରେ ୭୫.୯୮ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୨୦୧୬ ମାର୍ଚ୍ଚ ୧ରେ ଲିଟର ପିଛା ୪୬ ଟଙ୍କା ୪୩ ପଇସା ଥିବା ବେଳେ ଏହା ୨୬ ଟଙ୍କା ୮୩ ପଇସା
ବୃଦ୍ଧି ପାଇ ୭୩ ଟଙ୍କା ୨୬ ପଇସାରେ ପହଞ୍ଚିଛି । ଦରବୃଦ୍ଧି ପଛରେ ବିଶେଷ କୌଣସି ଯୁକ୍ତି ନାହିଁ ଏବଂ କେନ୍ଦ୍ର ସରକାର ଏହି କ୍ଷେତ୍ରରୁ ଅତ୍ୟଧିକ ରାଜସ୍ୱ ଆଦାୟ କରିବା ଲକ୍ଷ୍ୟ ହିଁ ଏହାର ମୂଳ କାରଣ ।
୨୦୧୫ ଜୁଲାଇ ୩୧ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୪୯.୬୪ ଡଲାର ଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୬୪.୪୭ ଟଙ୍କା ଓ ୪୬.୧୨ ଟଙ୍କା ଥିଲା । ସେହିପରି ୨୦୧୬ ଜାନୁଆରୀ ୧୯ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୨୮.୮୪ ଡଲାରକୁ ଖସିଯାଇଥିଲା, କିନ୍ତୁ ଏହି ଦର ହ୍ରାସର ସୁଫଳରୁ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ବଞ୍ଚିତ କରିଥିଲେ । ଆନୁପାତିକ ଭାବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଲା ନାହିଁ । ୨୦୧୬ ଜାନୁଆରୀ ୧୯ରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ୫୯.୯୯ ଟଙ୍କା ଓ ୪୪.୭୧ ଟଙ୍କା ରହିଥିଲା । ଆଜି ପେଟ୍ରୋଲ ଦର ୭୫.୯୮ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୩.୨୬ ଟଙ୍କାରେ ପହଞ୍ଚିଛି । ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି, ସେତେବେଳେ କେନ୍ଦ୍ର ସରକାର
ଉତ୍ପାଦ ଶୁଳ୍କକୁ କମାଇବା ପରିବର୍ତ୍ତେ ୯ଥର ବୃଦ୍ଧି କରିଛନ୍ତି । ଖାଉଟିଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଏହି ଅପରିଣାମଦର୍ଶୀ ପଦକ୍ଷେପ ନୁହେଁକି?
କେନ୍ଦ୍ର ସରକାର ନିଜେ ଉତ୍ପାଦ ଶୁଳ୍କ ବଢାଇ ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲଟିଥିବା ବେଳେ ଓଲଟି ରାଜ୍ୟ ସରକାରଙ୍କୁ ଭାଟ୍ ହ୍ରା ସ ପାଇ ଁ ପରାମଶ ର୍ ଦେଉଛନ୍ତି । ଓଡ଼ଶି ।ରେ ତେଳ÷ ଉପରେ ଭାଟ୍ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି । ୨୦୧୮ ମାର୍ଚ୍ଚରୁ ମହାରାଷ୍ଟ୍ରର ବିଜେପି ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତ ଭାଟ୍ ସହିତ ଲିଟର ପିଛା ୯ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି । ଆସାମର ବିଜେପି ସରକାର ପେଟ୍ରୋଲ ଉପରେ ଭାଟ୍ ୩୨.୬୬ ପ୍ରତିଶତ ଆଦାୟ କରୁଥିବା ବେଳେ ରାଜସ୍ଥାନର ବିଜେପି ସରକାର ୩୦ ପ୍ରତିଶତ ଭାଟ୍ ସହିତ ପ୍ରତି ୧୦୦୦ ଲିଟର ପିଛା ୧୫୦୦ ଟଙ୍କା ରାସ୍ତା ଉନ୍ନତିକରଣ ସେସ୍ ନେଉଛନ୍ତି । ସେହି ତଳୁ ନାରେ ଓଡିଶ଼ ।ରେ ୨୬ ପତ୍ର ଶି ତ ଭାଟ୍ ଆଦାୟ କରାଯାଉଥିବା ବେଳେ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଉନାହିଁ । ଯାହା ଅନ୍ୟମାନଙ୍କ ତୁଳନାରେ କମ୍ । ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ ମତ ନରଖି ବରଂ ଲୋକମାନଙ୍କୁ ବିଭ୍ରାନ୍ତ କରିଚାଲିଛନ୍ତି । ନିଜ ଅପାରଗତାକୁ ଲୁଚାଇବାକୁ ବିଭିନ୍ନ ବାହାନା ନେଉଛନ୍ତି । ଏଭଳି ଛଳନା ଓ ଲୋକମାନଙ୍କ ସ୍ୱାର୍ଥ ସହ ଲେଖକୁ ଆଉ ବିଜେଡି ବରଦାସ୍ତ କରିବ ନାହିଁ ଓ ବିଜେଡି ତୈଳଦରର ଯୁକ୍ତିସଙ୍ଗତ ତଥା ଖାଉଟି ସ୍ୱାର୍ଥ ଅନୁକୂଳ ଦର ଲାଗୁ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ।