Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତି ପାହିଲେ ସାବିତ୍ରୀ, ଫଳ ରେଟ୍ ଉଚ୍ଚା

by ସଞ୍ଜୟ ସ୍ୱାଇଁ
May 25, 2025
in State
ରାତି ପାହିଲେ ସାବିତ୍ରୀ, ଫଳ ରେଟ୍ ଉଚ୍ଚା
83
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାତି ପାହିଲେ ସାବିତ୍ରୀ, ସବୁଠି ଚଳଚଞ୍ଚଳ, ଫଳ ବଜାର କୁହ କି ଶାଢ଼ି ଦୋନ, ଅବା ଲେଡିସ୍ କର୍ଣ୍ଣର ସବୁଠି ଭିଡ଼। ବର୍ଷକେ ଥରେ ଆସୁଛି ସାବିତ୍ରୀ ସ୍ବାମୀଙ୍କ ଶୁଭ ମନାସି ମହିଳା ରଖିଥାନ୍ତି ଏହି ବ୍ରତ। ଅନ୍ୟପଟେ ଫଳଦର ମଧ୍ୟ ଆକାଶ ଛୁଆଁ ହୋଇଯାଇଛି। ତେବେ ଏବର୍ଷ ବର୍ଷା ସାବିତ୍ରୀକୁ ସାମାନ୍ୟ ଫିକା କରିଦେଇଛି । ମୌସୁମୀ କେରଳ ଛୁଇଁବା ପରେ ପାଗ ଅନୁକୂଳ ରହିଛି। ଶନିବାର ରାଜ୍ୟର କେତେକ ସ୍ତାନରେ ବର୍ଷା ହୋଇଥିବାରୁ କିଛିଟା ଅଂଶରେ ସାବିତ୍ରୀ ବଜାର ଫିକା ପଡ଼ିଛି। ଦାନା ବାନ୍ଧୁଥିବା ଲଘୁଚାପ ବର୍ଷା ସାବିତ୍ରୀକୁ ଏବର୍ଷ ଗୋଟିଏ ପ୍ରକାର ଫିକା କରି ସାରିଛି। ଅନ୍ୟପକ୍ଷେ ଏହାର ପ୍ରଭାବରେ ବର୍ଷା ହେବ ୨୭ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏ ନେଇ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି , ପବନ ମଧ୍ୟ ବହିବାର ଆଶଙ୍କା କରାଯାଉଛି। ତେବେ ଫଳ ରେଟ ଦେଖିବାକୁ ଗଲେ ଆମ୍ବ କିଲୋ ପିଚ୍ଛା ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହିଥିବା ବେଳେ ସେଓ ୨୦୦ରୁ ଆରମ୍ବ ହୋଇ ଊର୍ଦ୍ଧ୍ୱ ରହିଛି, ସପୁରୀ ଗୋଟାପିଛା ୫୦ ଟଙ୍କା ରହିଛି। ଡାଳିମ୍ବ ୨୦୦ରୁ ଊର୍ଦ୍ଧ୍ୱ ରହିଛି, ଲିଚୁ ୨୪୦ରୁ ଅଧିକ ରହିଛି। ଅନ୍ୟପକ୍ଷେ ନଡ଼ିଆ ଗୋଟା ୪୦ ରହିଛ, କଦଳୀ ଡର୍ଜନ ୯୦ରୁ ଆରମ୍ବ ହୋଇଛି। ପଣସ ୧୦୦ ରହିଛି।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!