Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ଦ୍ଦାର ପଟେଲ ବିଦ୍ୟାପୀଠ ଗୋଡିପଡାର ୧୯୯୮ ବ୍ୟାଚ ବନ୍ଧୁ ମିଳନ ଉତ୍ସବ

by ସଞ୍ଜୟ ସ୍ୱାଇଁ
January 13, 2025
in Nayagarh, State
ସର୍ଦ୍ଦାର ପଟେଲ ବିଦ୍ୟାପୀଠ ଗୋଡିପଡାର ୧୯୯୮ ବ୍ୟାଚ ବନ୍ଧୁ ମିଳନ ଉତ୍ସବ
253
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସର୍ଦ୍ଦାର ପଟେଲ ବିଦ୍ୟାପୀଠ ଗୋଡିପଡାର ୧୯୯୮ – ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଗୋଡିପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ୧୯୯୮ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀଙ୍କ ପରିବାର ସହିତ ସେମାନଙ୍କର ପ୍ରିୟ ଗୁରୁଜୀ ମାନେ ନିମନ୍ତ୍ରଣ ରକ୍ଷା କରି ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରିୟ ଗୁରୁଜୀ ମାନଙ୍କୁ ଆଦରର ସହିତ ପାଛୋଟି ନିଆଯାଇ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଅବସର ପ୍ରାପ୍ତ ଶିକ୍ଷକ ହରିହର ପାତ୍ରଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଧର ରଥ, ସୁବାଷ ଚନ୍ଦ୍ର ଦାଶ, ଜନାର୍ଦ୍ଦନ ପରିଡା, ପଞ୍ଚାନନ ସାହୁ, ଦାଶରଥି ମହାରଣା ଏବଂ କୈଳାଶ ଚନ୍ଦ୍ର କର, ଦୟାନିଧି ସାହୁ ପ୍ରମୁଖ ପୂଜ୍ୟ ଗୁରୁଜୀ ମାନେ ଉପସ୍ଥିତ ରହିଥିଲେ । ଉପସ୍ଥିତ ଗୁରୁଜୀ ମାନଙ୍କୁ ଏହି ବ୍ୟାଚର ଛାତ୍ରଛାତ୍ରୀଙ୍କ ତରଫରୁ ଉପଢୌକନ, ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ଏଥି ସହ ବିଦ୍ୟାଳୟର ସେବା ଯୋଗାଇଥିବା ୩ ଜଣ ପିଅନ ଭାଇମାନେ ତଥା ଇନ୍ଦ୍ରମଣୀ ପୃଷ୍ଟି, ନୀଳମଣି ମହନ୍ତ ଓ ସୁଶାନ୍ତ କୁମାର ମହାପାତ୍ରଙ୍କୁ ଛାତ୍ରଛାତ୍ରୀ ତଥା ଗୁରୁଜୀ ମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତ ଛାତ୍ରଛାତ୍ରୀ ଗଣ ଅତୀତର ସ୍ମୃତି ଚାରଣ କରିବା ସହ ପ୍ରିୟ ଗୁରୁଜୀ ମାନଙ୍କର ସହ ସେମାନଙ୍କର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ସମସ୍ତ ଶିକ୍ଷକ ସେମାନଙ୍କ ଅଭିଭାଷଣରେ ବିଦ୍ୟାଳୟର ରୂପରେଖ ତଥା ବିଦ୍ୟାଳୟ ସହ ସେମାନଙ୍କର ସ୍ମୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ବିଦ୍ୟାଳୟର ଜୁବୁଲି ପାଳନ ସମ୍ପର୍କରେ ପ୍ରସ୍ତାବ ରଖିବା ସହ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କର ସହଯୋଗ ଲୋଡିଥିଲେ । ଏଥି ସହ ଆଗାମୀ ବର୍ଷ ୧୯୯୮-ବ୍ୟାଚ ତରଫରୁ ଏକ ସ୍ମରଣୀକା ଉନ୍ମୋଚନ ପାଇଁ ପ୍ରସ୍ତାବ ରଖାଯାଇଥିଲା । ଉତ୍ସବରେ ରାଜେଶ କୁମାର ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ । ମାଷ୍ଟର ପ୍ରଶାନ୍ତଙ୍କ ଦ୍ୱାରା ଉକ୍ତ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବନ୍ଧୁ ମିଳନ ଉତ୍ସବର ସମସ୍ତ ଶ୍ରେୟ ଉକ୍ତ ବ୍ୟାଚର ଛାତ୍ର ସୁମନ୍ତ କୁମାର ପୃଷ୍ଟି (ସିଲୁ) ଦ୍ୱାରା ସୁଚାରୁ ରୂପେ ସମ୍ପନ୍ନ ହୋଇଥିବା ସମ୍ଭବ ହୋଇଅଛି ବୋଲି ସମସ୍ତେ ମତାମତ ରଖିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!