Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦର ବନ୍ଧୁମିଳନ କାର୍ୟ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
October 11, 2021
in Nayagarh, State
ଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦର ବନ୍ଧୁମିଳନ କାର୍ୟ୍ୟକ୍ରମ
261
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଏହାର ପ୍ରଥମ ବନ୍ଧୁମିଳନ ତଥା ସାହିତ୍ୟ ଆଲୋଚନାଚକ୍ର କାର୍ୟ୍ୟକ୍ରମ ଆୟୋଜନ କରିଛି।ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱ।ଜ)ଙ୍କ ବାସଭବନ ପରିସରରେ ଅନୁଷ୍ଠିତ ଉକ୍ତ କାର୍ୟ୍ୟକ୍ରମରେ ଉପଦେଷ୍ଟା ଦିବାକର ନାୟକ, ଆବାହକ ପ୍ରହଲ୍ଲାଦ ବେହେରା, ସଭାପତି ପଞ୍ଚାନନ ପଣ୍ଡା, ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ସମ୍ପାଦକ ଭାବଗ୍ରାହୀ ମହାପାତ୍ର, ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ,ସଂଯୋଜିକା ପ୍ରିୟଦର୍ଶନୀ ମହାପାତ୍ର ଆଦି ସଂସଦୀୟ କର୍ମକର୍ତ୍ତାଙ୍କ ସମେତ ପ୍ରଭାତି ପଟ୍ଟନାୟକ, କମଳିନୀ ବେହେରା,ବବିତାରାଣୀ ମହାପାତ୍ର,ପ୍ରଦ୍ୟୁମ୍ନ କୁମାର ସାହୁ, ଦୂତିକୄଷ୍ଣ ମିଶ୍ର, ଅରୁଣ କୁମାର ସାହୁ ପ୍ରମୁଖ ୨୭ ଜଣ ସଭ୍ୟସଭ୍ୟା ଯୋଗ ଦେଇଥିଲେ।ସେମାନଙ୍କ ମଧ୍ୟରେ “ସାହିତ୍ୟ ଅନୁଷ୍ଠାନ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ” ଶୀର୍ଷକ ଏକ ଆଲୋଚନାଚକ୍ର କରାଯାଇ ଶରଣକୁଳ ଅଞ୍ଚଳର ବିଶିଷ୍ଟ କବି ତଥା ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ରବୀନ୍ଦ୍ର କୁମାର ଘଡେଇ, ସୁରେଶ ଚନ୍ଦ୍ର ସାହୁ,ସୂର୍ୟ୍ୟକାନ୍ତ ଶତପଥୀ ଓ ପ୍ରଦୋଷ କୁମାର ରାଉତଙ୍କୁ ନୂତନ ସଭ୍ୟ ଭାବେ ସଂସଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହାପରେ ପ୍ରତ୍ୟେକ ମାସ ଭଳି ଚଳିତ ମାସରେ ଭାପୁର ଓ ଖଣ୍ଡପଡା ବ୍ଲକର କବି କବୟିତ୍ରୀମାନଙ୍କୁ ନେଇ ଭର୍ଚୁଆଲ୍ କବିତା ଆସର କରିବା ପାଇଁ ସ୍ଥିର କରାଯାଇଥିଲା।ସଂସଦର ଏହି ବନ୍ଧୁମିଳନ କାର୍ୟ୍ୟକ୍ରମ ଅବସରରେ ଏକ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା।ଏଥିପାଇଁ ଖୋର୍ଦ୍ଧାରୁ ସଂସଦର ଅନ୍ୟତମ ଉପଦେଷ୍ଟା ଡଃ ବେଣୁଧର ଦାସ ଓ ନିରଞ୍ଜନ ସାହୁ,ସୁଦୂର କଲିକତାରୁ ସନାତନ ମହାକୁଡ଼, କଳାହାଣ୍ଡିରୁ ସତ୍ୟବାଦୀ ସାହୁ,କଟକରୁ ଶୁଭଶ୍ରୀ ମହାରଣା, ଭୁବନେଶ୍ୱରରୁ ମଣିମାଳା ପାଣିଗ୍ରାହୀ, ଇଟାମାଟିରୁ ବିଜୟ କୁମାର ରାଉଳ ଏବଂ ଶାନ୍ତନୁ ବିଶୋୟୀ,ମନୋଜ କୁମାର ସାହୁ,ପ୍ରଦୀପ୍ତ କୁମାର ନାୟକ ପରମାନନ୍ଦ ସ୍ୱାଇଁ ଆଦି ସଂସଦର ସଭ୍ୟସଭ୍ୟାଗଣ ବିଭିନ୍ନ ବ୍ୟକ୍ତିଗତ କାରଣ ହେତୁ ଆସିନପାରି ଅନଲାଇନ ମାଧ୍ୟମରେ ନିଜ ନିଜର ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!