ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଲୋକ ପ୍ରତିନିଧିର ଅଧିନାୟକ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ କୁମାର ସାହୁ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇ ଥିଲା । ଲୋକ ପ୍ରତିନିଧି ଦଳ ନିର୍ଦ୍ଧାରିତ ୧୫ଓଭରରେ ମୂଲ୍ୟବାନ ୫ଟି ୱିକେଟ ହରାଇ ୧୩୮ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ୧୩୯ରନ୍ ର ବିଜୟ ଲକ୍ଷ ନେଇ ପ୍ରଶାସନିକ ଏକାଦଶ ପଡିଆ ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ପ୍ରଶାସନିକ ଏକାଦଶ ୧୪ଓଭର ୨ଟି ବଲରେ ସମସ୍ତ ୱିକେଟ୍ ହରାଇ ବିଜୟୀ ଠାରୁ ୧୫ରନ ପଛରେ ଥାଇ ପରାଜୟୀ ହୋଇଥିବା ସୂଚନା ମିଳିଛି। ତେବେ ପ୍ରଶାସନ ଏକାଦଶ ଓ ଲୋକ ପ୍ରତିନିଧି ଏକାଦଶ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇରେ ଲୋକ ପ୍ରତିନିଧି ଏକାଦଶ ବିଜୟୀ ହୋଇ ମୁଖ୍ୟ ଅତିଥି ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।





